ଯୋଗୀ ହତ୍ୟା ମାମଲା: ୨୫ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଣ୍ଡାକୋଟରା ଗାଁର ଯୋଗୀ ଶବର ହତ୍ୟାକାଣ୍ଡ ମାମଲାର ଦୀର୍ଘ ୨୫ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦୦୦ ଟଙ୍କା ଜରିମାନା କରିଛନ୍ତି।  ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ନାକରୁଡିଆ ଡମ୍ୱରୁଙ୍କ ମୃତ୍ୟୁ […]

kalahandi-dist-bhabapatana

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 07:08 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଣ୍ଡାକୋଟରା ଗାଁର ଯୋଗୀ ଶବର ହତ୍ୟାକାଣ୍ଡ ମାମଲାର ଦୀର୍ଘ ୨୫ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦୦୦ ଟଙ୍କା ଜରିମାନା କରିଛନ୍ତି।  ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ନାକରୁଡିଆ ଡମ୍ୱରୁଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଅଭିଯୁକ୍ତ ଜଣକ ହେଲେ ସୁମେଶ୍ୱର ପାନ।

୧୯୯୨ ମସିହା ଏପ୍ରିଲ ୨ ତାରିଖରେ ବଣ୍ଡାକୋଟରା ଗାଁରେ ନାମଯଜ୍ଞ ଚାଲିଥିବା ବେଳେ ବୋଦା ବଳି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।

Related story