କଳାହାଣ୍ଡିରେ ବିଜେପି ବିପୁଳ ଅର୍ଥ ଖର୍ଚ୍ଚ କରିଛି: ପୁଷ୍ପେନ୍ଦ୍ର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେପି ବିପୁଳ ଅର୍ଥ ଖର୍ଚ୍ଚ କରିଛି। ଛତିଶଗଡର ବିଜେପି ନେତାମାନେ କଳାହାଣ୍ଡିରେ ରହି ଅର୍ଥ କାରବାର କରିଛନ୍ତି। ବିଜେପି ଏପରି ପଇସା ଖେଳ ଖେଳିବ ବୋଲି ବିଜେଡି ଭାବି ନଥିଲା। ପଞ୍ଚାୟତ ନିର୍ବାଚନରେ ସଫଳତା ପାଇବୁ ବୋଲି ଆବଶ୍ୟକଠାରୁ ଅଧିକ ଆଶାବାଦି ଥିଲୁ। ଯେଉଁଥିପାଇଁ ଆମକୁ ଏପରି ସ୍ଥିତିରେ ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି। ପତ୍ନୀର ଶବକୁ ଦାନ ମାଝି କାନ୍ଧରେ ବୋହିବା ପାଇଁ କଳାହାଣ୍ଡିରେ ବିଜେଡିକୁ […]

puspander singdeo

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 05:46 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେପି ବିପୁଳ ଅର୍ଥ ଖର୍ଚ୍ଚ କରିଛି। ଛତିଶଗଡର ବିଜେପି ନେତାମାନେ କଳାହାଣ୍ଡିରେ ରହି ଅର୍ଥ କାରବାର କରିଛନ୍ତି। ବିଜେପି ଏପରି ପଇସା ଖେଳ ଖେଳିବ ବୋଲି ବିଜେଡି ଭାବି ନଥିଲା। ପଞ୍ଚାୟତ ନିର୍ବାଚନରେ ସଫଳତା ପାଇବୁ ବୋଲି ଆବଶ୍ୟକଠାରୁ ଅଧିକ ଆଶାବାଦି ଥିଲୁ। ଯେଉଁଥିପାଇଁ ଆମକୁ ଏପରି ସ୍ଥିତିରେ ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି।

ପତ୍ନୀର ଶବକୁ ଦାନ ମାଝି କାନ୍ଧରେ ବୋହିବା ପାଇଁ କଳାହାଣ୍ଡିରେ ବିଜେଡିକୁ ଝଟକା ମିଳିଛି ବୋଲି ପ୍ରଶ୍ନରେ ସିଂହଦେଓ କହିଛନ୍ତି,“ନିର୍ବାଚନରେ ସେମିତି କିଛି ଘଟିନାହିଁ। ବିଜେପିକୁ ସହଯୋଗ କରିବା ପାଇଁ ଜିଲ୍ଲାର ପଦାଧିକାରୀଙ୍କ ଉପରେ କେନ୍ଦ୍ରର ଚାପ ରହିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁ ଜଣାପଡ଼ିବ। ଏହାଛଡ଼ା ତୃଣମୂଳସ୍ତରରେ କଂଗ୍ରେସ ଓ ବିଜେପି ଏକାଠି ହୋଇଯାଇଛନ୍ତି। ଫଳରେ ସବୁ ଭୋଟ ବିଜେପିକୁ ଗଲା ଏବଂ ବିଜେଡିକୁ ନିରାଶ ହେବାକୁ ପଡ଼ିଲା”

ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ ସଫଳତା ମିଳିଥାଆନ୍ତା କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆଜି ବି ଜନ ସମର୍ଥନ ରହିଛି। ସେ ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା କରିଛନ୍ତି। ଚଳିତ ନିର୍ବାଚନରେ ସେ ପ୍ରଚାର କରିଥିଲେ ବିଜେଡିକୁ ଅଧିକ ସଫଳତା ମିଳିଥାଆନ୍ତା।”

ବିଜେଡିର ଏପରି ଆରୋପର ଜବାବ ରଖିଛି ବିଜେପି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ବିଜେଡି ଲମ୍ୱା ସମୟ ଧରି ଓଡ଼ିଶାର ଶାସନ ଗାଦିରେ ବସିଥିଲା। ଭାବିଥିଲେ ଏଥର ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବେ। ମାତ୍ର ଜନାଦେଶ ସେମାନଙ୍କ ବିରୋଧରେ ଯାଇଥିବାରୁ କୌଣସି ଉପାୟ ନପାଇ ଅନ୍ୟ ଉପରେ ଅର୍ଥ କାରବାରର ଦୋଷ ଲଦୁଛନ୍ତି।”

ସେ କହିଛନ୍ତି,“ଚଳିତ ନିର୍ବାଚନରେ ବିଜେଡି ବିପୁଳ ପରିମାଣର ଅର୍ଥ କାରବାର କରିଛି। ଭୋଟ କିଣିବାରେ ସେମାନେ ଅଭ୍ୟସ୍ତ। ମାତ୍ର ଲୋକେ ସେମାନଙ୍କ କଥାକୁ ଗ୍ରହଣ କଲେନାହିଁ। ବିଜେପିକୁ ବିପୁଳ ପରିମାଣରେ ଭୋଟ ଦେଲେ। ବରଗଡ଼ରେ ବିଜେପି ସପକ୍ଷରେ ଲୋକେ ମତଦାନ କରିଛନ୍ତି। ସେହିପରି ମନ୍ତ୍ରୀଙ୍କ ଜିଲ୍ଲା କଳାହାଣ୍ଡିରେ ଲୋକେ ବିଜେପିକୁ ପସନ୍ଦ କରିଛନ୍ତି। ମନ୍ତ୍ରୀ, ସ୍ଥାନୀୟ ବିଧାୟକ ବିଫଳତା ଯୋଗୁଁ ଲୋକେ ସେମାନଙ୍କଠାରୁ ମୁହଁ ମୋଡିଛନ୍ତି।”

Related story