ରାତିରେ ନଡରିବାକୁ ଅପିଲ୍‌ କଲେ ଏସ୍‌ପି

ଭବାନୀପାଟଣା(ରାଜକୁମାର ସିଂଦେଓ): ପୁଲିସ୍‌ ସବୁ ଡକାୟତଙ୍କୁ ଗିରଫ କରିଛି। ଏବେ ରାତିରେ ଆଉ କାହାକୁ ଡରିବାର ନାହିଁ। ସନ୍ଦେହରେ କୌଣସି ସାଧାରଣ ବ୍ୟକ୍ତିଙ୍କୁ ଅଟକାନ୍ତୁ ନାହିଁ କି ଗୁଜବ ପ୍ରଚାର କରନ୍ତୁ ନାହିଁ। ଆଜି ଏପରି ଅପିଲ୍‌ କରିଛନ୍ତି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି। ଜିଲ୍ଲାରେ ଲୁଟ୍‌ପାଟ କରୁଥିବା ୧୦ ଡକାୟତଙ୍କୁ ଗିରଫ ପରେ ସାଧାରଣ ନାଗରିକଙ୍କୁ ଏପରି ଢଙ୍ଗରେ ନିବେଦନ କରିଛନ୍ତି ଏସ୍‌ପି। ଗତ କିଛି ଦିନ ହେଲା ଧର୍ମଗଡ ସବ୍‌ଡିଭିଜନର ଗୋଲାମୁଣ୍ଡା, ଧର୍ମଗଡ, କୋକସରା, […]

Kalahindi

  • Published: Saturday, 06 August 2022
  • , Updated: 06 August 2022, 08:35 PM IST

ଭବାନୀପାଟଣା(ରାଜକୁମାର ସିଂଦେଓ): ପୁଲିସ୍‌ ସବୁ ଡକାୟତଙ୍କୁ ଗିରଫ କରିଛି। ଏବେ ରାତିରେ ଆଉ କାହାକୁ ଡରିବାର ନାହିଁ। ସନ୍ଦେହରେ କୌଣସି ସାଧାରଣ ବ୍ୟକ୍ତିଙ୍କୁ ଅଟକାନ୍ତୁ ନାହିଁ କି ଗୁଜବ ପ୍ରଚାର କରନ୍ତୁ ନାହିଁ। ଆଜି ଏପରି ଅପିଲ୍‌ କରିଛନ୍ତି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି। ଜିଲ୍ଲାରେ ଲୁଟ୍‌ପାଟ କରୁଥିବା ୧୦ ଡକାୟତଙ୍କୁ ଗିରଫ ପରେ ସାଧାରଣ ନାଗରିକଙ୍କୁ ଏପରି ଢଙ୍ଗରେ ନିବେଦନ କରିଛନ୍ତି ଏସ୍‌ପି।

ଗତ କିଛି ଦିନ ହେଲା ଧର୍ମଗଡ ସବ୍‌ଡିଭିଜନର ଗୋଲାମୁଣ୍ଡା, ଧର୍ମଗଡ, କୋକସରା, ଜୟପାଟଣା ଓ ଆମପାଣି ଅଞ୍ଚଳରେ ଘନଘନ ଚୋରି ହୋଇଥିଲା। ଡକାୟତମାନେ ଲୋକଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଡକାୟତି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା।

[caption id="attachment_755441" align="aligncenter" width="650"] ଗିରଫ ହୋଇଥିବା ଡକାୟତମାନେ[/caption]

ଡକାୟତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସକୁ ମିଳିଥିଲା ବଡ଼ ସଫଳତା। ପୁଲିସ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପୁଲିସ୍‌ ସେମାନଙ୍କଠାରୁ ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ୫ଟି ମୋଟରସାଇକେଲ, ୧୧ଟି ମୋବାଇଲ ଫୋନ, ୪୦.୩୯୨ ଗ୍ରାମ ସୁନା, ୪୪୭.୭୪୦ ଗ୍ରାମ ରୁପା, ATM କାର୍ଡ, ପାସବୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।  ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ଚାଲୁ ରହିଥିବା ଆୟୋଜିତ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି କହିଛନ୍ତି।

Related story