ଡକାୟତି ଯୋଜନା କରୁଥିବା ବେଳେ ଧରାପଡ଼ିଲେ

ଭବାନୀପାଟଣା(ଇଙ୍ଗିତ ପଣ୍ଡା): କଳାହାଣ୍ଡି ପୋଲିସ ୯ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ୫ଟି ହାତ ବୋମା, ୭ଟି ମୋବାଇଲ ଓ ୨ଟି ବାଇକ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। ଏମାନେ ଭବାନୀପାଟଣା-ଲାଞ୍ଜିଗଡ଼ ରାସ୍ତାରେ ଥିବା ବଞ୍ଜାରୀ ଘାଟିରେ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୧୧ ଜଣ ସଦସ୍ୟ ଥିବା […]

kalahandi police arrested 9 criminal

Rakesh Mallick
  • Published: Tuesday, 10 July 2018
  • , Updated: 10 July 2018, 10:12 PM IST

ଭବାନୀପାଟଣା(ଇଙ୍ଗିତ ପଣ୍ଡା): କଳାହାଣ୍ଡି ପୋଲିସ ୯ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ୫ଟି ହାତ ବୋମା, ୭ଟି ମୋବାଇଲ ଓ ୨ଟି ବାଇକ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। ଏମାନେ ଭବାନୀପାଟଣା-ଲାଞ୍ଜିଗଡ଼ ରାସ୍ତାରେ ଥିବା ବଞ୍ଜାରୀ ଘାଟିରେ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ଏହି ଗ୍ୟାଙ୍ଗରେ ୧୧ ଜଣ ସଦସ୍ୟ ଥିବା ବେଳେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Related story