କଳାହାଣ୍ଡିରେ ପୋଲିସ୍ ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟଣା: ମିଛ ବୟାନ ଦେବାକୁ ୨ ଆହତଙ୍କ ଉପରେ ଚାପ ପକାଯାଇଥିବା ଅଭିଯୋଗ

ଭବାନୀପାଟଣା: ପୋଲିସ୍ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ମିଛ ବୟାନ ଦେବା ପାଇଁ କଳାହାଣ୍ଡି ପୋଲିସ୍ ଚାପ ପକାଇଥିବା ଅଭିଯୋଗ। ବୁର୍ଲାରୁ ଚିକିତ୍ସା ପରେ ଫେରିଥିବା ୨ ଆହତ ଯୁବକ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି। କଳାହାଣ୍ଡି ପୋଲିସ୍ ସେମାନଙ୍କୁ ବାଧ୍ୟ କରାଇ ମିଛ ତଥ୍ୟ ସମ୍ୱଳିତ କାଗଜ ଉପରେ ଦସ୍ତଖତ କରାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କୁ […]

kalahandi

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 03:26 AM IST

ଭବାନୀପାଟଣା: ପୋଲିସ୍ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ମିଛ ବୟାନ ଦେବା ପାଇଁ କଳାହାଣ୍ଡି ପୋଲିସ୍ ଚାପ ପକାଇଥିବା ଅଭିଯୋଗ। ବୁର୍ଲାରୁ ଚିକିତ୍ସା ପରେ ଫେରିଥିବା ୨ ଆହତ ଯୁବକ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି। କଳାହାଣ୍ଡି ପୋଲିସ୍ ସେମାନଙ୍କୁ ବାଧ୍ୟ କରାଇ ମିଛ ତଥ୍ୟ ସମ୍ୱଳିତ କାଗଜ ଉପରେ ଦସ୍ତଖତ କରାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ବିଭିନ୍ନ ସାମାଜିକ ଓ ଆଦିବାସୀ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ତେବେ ଏହି ଅଭିଯୋଗକୁ କଳାହାଣ୍ଡି ଏସପି ଖଣ୍ଡନ କରିଛନ୍ତି।

ଗତ ୧୫ ତାରିଖରେ ମାଓବାଦୀ ସନ୍ଦେହରେ ପୋଲିସ ଗୁଳିରେ ୩ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଥିଲେ।

Related story