କର୍ଲାପାଟ ଏନକାଉଣ୍ଟର: ୨୩ରେ କଳାହାଣ୍ଡିର ୩ଟି ବ୍ଳକରେ ମାଓବାଦୀଙ୍କ ବନ୍ଦ ଡ଼ାକରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ପୋଲିସର ଏନକାଉଣ୍ଟରକୁ ମାଓବାଦୀ ବିରୋଧ କରିଛନ୍ତି। ଆସନ୍ତା ୨୩ ତାରିଖରେ କମିଟି କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଳକରେ ବନ୍ଦ ଡ଼ାକରା ଦେଇଛି। ଏନେଇ ବଂଶଧାରା- ଘୁମୁସର-ନାଗାବଳୀ ମାଓଷ୍ଟି କମିଟିର ସଚିବ ଉମାକାନ୍ତ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏହି ଟେପ୍ ମାଧ୍ୟମରେ କର୍ଲାପାଟ ଜଙ୍ଗଲରେ ମାଓବାଦୀଙ୍କ ତରଫରୁ କୈଣସି ଗୁଳିବିନିମୟ ହୋଇ ନ ଥିବା ସେ କହିଛନ୍ତି। କେବଳ ଲୋକଙ୍କୁ ଭୟଭୀତ କରିବା ପାଇଁ ପୋଲିସ ଏଭଳି ଗୁଳିବିନିମୟ […]

naxal

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 11:18 AM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ପୋଲିସର ଏନକାଉଣ୍ଟରକୁ ମାଓବାଦୀ ବିରୋଧ କରିଛନ୍ତି। ଆସନ୍ତା ୨୩ ତାରିଖରେ କମିଟି କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଳକରେ ବନ୍ଦ ଡ଼ାକରା ଦେଇଛି। ଏନେଇ ବଂଶଧାରା- ଘୁମୁସର-ନାଗାବଳୀ ମାଓଷ୍ଟି କମିଟିର ସଚିବ ଉମାକାନ୍ତ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏହି ଟେପ୍ ମାଧ୍ୟମରେ କର୍ଲାପାଟ ଜଙ୍ଗଲରେ ମାଓବାଦୀଙ୍କ ତରଫରୁ କୈଣସି ଗୁଳିବିନିମୟ ହୋଇ ନ ଥିବା ସେ କହିଛନ୍ତି। କେବଳ ଲୋକଙ୍କୁ ଭୟଭୀତ କରିବା ପାଇଁ ପୋଲିସ ଏଭଳି ଗୁଳିବିନିମୟ କରିଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ କମିଟି ଦାବି କରିଛି।

Related story