ବ୍ରହ୍ମପୁରରେ ଏନକାଉଣ୍ଟର: ମୂଷା ଗୁରୁତର  

Ordigital Desk
  • Published: Thursday, 25 January 2018
  • , Updated: 25 January 2018, 08:23 AM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଖଜୁରୀଆ ଓଭର ବ୍ରିଜ ନିକଟରେ ପୋଲିସ୍&zwnj; &nbsp;ଏନକାଉଣ୍ଟରରେ ଅପରାଧୀ କାଳିଆ ସାହୁ ଓରଫ ମୂଷା ଗୁରୁତର ଆହତ ହୋଇଛନ୍ତି। କାଳିଆର ବାମ ଗୋଡ଼ରେ ଗୁଳି ବାଜିଛି। କାଳିଆକୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାଳିଆଠାରୁ ଗୋଟିଏ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି।</p> <p>କାଳିଆ ବୋମାମାଡ଼ ସହ ଏକାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। କାଳିଆ ଜଣେ ସହଯୋଗୀ ସହ ଗୋପାଳପୁର ଯାଉଥିବା ସୂଚନା ପାଇ ସ୍ପେଶାଲ ସ୍କ୍ୱାଡ୍ ତାର ପିଛା କରିଥିଲା। ଏହା ଜାଣି ପାରି କାଳିଆ ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଗୁଳିମାଡ଼ରେ କାଳିଆ ଆହତ ହୋଇଥିଲା, ପୋଲିସ ହାତରେ ଧରା ପଡ଼ିଥିଲା।</p>

Related story