ଚାଷୀ ଡାଟାବେସ୍ ପ୍ରସ୍ତୁତ କରିବ କୃଷି ବିଭାଗ, ଦ୍ୱନ୍ଦ୍ୱରେ କାଳିଆ ହିତାଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ବିଭାଗ ପ୍ରସ୍ତୁତ କରିବ ଚାଷୀଙ୍କ ସମ୍ମିଳିତ ଡାଟା ବେସ୍ । ଏଥିରେ କାଳିଆ ଯୋଜନାରେ ଥିବା ଚାଷୀଙ୍କ ତଥ୍ୟ ସହ ଜାତୀୟ ଖାଦ୍ୟ ସୁରକ୍ଷା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଥିବା ଚାଷୀଙ୍କ ତଥ୍ୟକୁ ଏକତ୍ର କରି ଏପ୍ରିଲ ମାସ ଭିତରେ ଏକ ବିସ୍ତୃତ ଓ ଭରସାଯୋଗ୍ୟ ଡାଟାବେସ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ଭୂମିହୀନ ଓ ଭାଗଚାଷୀଙ୍କ ତଥ୍ୟ ବି ରହିବ। ମୋ ସରକାରରେ କାଳିଆ ଓ କୃଷି ବିଭାଗ ଅନ୍ତର୍ଭୁକ୍ତ ହେବାପରେ […]

75432

Tapas Behera
  • Published: Thursday, 19 December 2019
  • , Updated: 19 December 2019, 08:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ବିଭାଗ ପ୍ରସ୍ତୁତ କରିବ ଚାଷୀଙ୍କ ସମ୍ମିଳିତ ଡାଟା ବେସ୍ । ଏଥିରେ କାଳିଆ ଯୋଜନାରେ ଥିବା ଚାଷୀଙ୍କ ତଥ୍ୟ ସହ ଜାତୀୟ ଖାଦ୍ୟ ସୁରକ୍ଷା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଥିବା ଚାଷୀଙ୍କ ତଥ୍ୟକୁ ଏକତ୍ର କରି ଏପ୍ରିଲ ମାସ ଭିତରେ ଏକ ବିସ୍ତୃତ ଓ ଭରସାଯୋଗ୍ୟ ଡାଟାବେସ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ଭୂମିହୀନ ଓ ଭାଗଚାଷୀଙ୍କ ତଥ୍ୟ ବି ରହିବ। ମୋ ସରକାରରେ କାଳିଆ ଓ କୃଷି ବିଭାଗ ଅନ୍ତର୍ଭୁକ୍ତ ହେବାପରେ ଚାଷୀଙ୍କ ଆୟକୁ ଦୁଇଗୁଣ କରିବାଠୁ ଆରମ୍ଭ କରି କୃଷି ଓ କୃଷକର ଉନ୍ନତି ପାଇଁ  ୨୦ ଟି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ମୋ ସରକାରର ଛାଟ ଦେଖାଇ କୃଷି ବିଭାଗର ଅଧିକାରୀଙ୍କୁ ତାଗିଦ୍ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନାରେ ମୋ ସରକାର ଲାଗୁ ହେବା ପରେ, ବିଭାଗ ଚାଷୀଙ୍କ ଏକ ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଡେଡ୍ ଲାଇନ ରହିଛି ୨୦୨୦ ଏପ୍ରିଲ। କାଳିଆରେ ଥିବା ଚାଷୀଙ୍କ ତଥ୍ୟ ସହ ଜାତୀୟ ଖାଦ୍ୟ ସୁରକ୍ଷା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଥିବା ସବୁ ଚାଷୀଙ୍କୁ ନେଇ ଏହି ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ। ଭୂମିହୀନ ଓ ଭାଗଚାଷୀଙ୍କ ଆଧାର ଓ ମୋବାଇଲ୍ ନମ୍ବର ସହ ସବୁ ତଥ୍ୟ ବି ଏଥିରେ ରହିବ । ଅନ୍ୟ ଟାର୍ଗେଟ୍ ଭିତରେ ରହିଛି ବିଭାଗରେ କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାର ମାସିକିଆ ରିପୋର୍ଟ। ୩୧ ଡିସେମ୍ବର ସୁଦ୍ଧା ଅନ୍‌ଲାଇନରେ ଏହି ରିପୋର୍ଟ ଉପଲବ୍ଧ ହେବ । ସେହିପିରି ଜାନୁଆରୀ ୧ ଭିତରେ ସବୁ ଯୋଜନା ମୋବାଇଲ୍ ଆପରେ ବି ଉପଲବ୍ଧ ହେବ । ମତ୍ସ୍ୟ ଓ ପଶୁସଂପଦ କ୍ଷେତ୍ରରେ  ଆମ କୃଷି ସେବାକୁ ଲାଗୁ କରିବାକୁ ୩୨୨୪ ଏସ୍ଏସ୍‌ଜି ଗ୍ରୁପକୁ ନିୟୋଜନ କରିବେ ସରକାର।

ସରକାରଙ୍କ ନୂଆ କୃଷି ନୀତିରେ ଚାଷୀଙ୍କ ଆୟ ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏଥିପାଇଁ ବି ଟାର୍ଗେଟ୍ ରଖାଯାଇଛି। କେଉଁ ଜିଲ୍ଲାର କେଉଁ ବ୍ଲକ୍‌ରେ କୃଷି ଉତ୍ପାଦନ କମୁଛି ତାହା ଚିହ୍ନଟ କରାଯାଇ ସେଠାରେ କେଉଁ ଚାଷ କଲେ ଉତ୍ପାଦନ ବଢିବ ସେ ନେଇ ପ୍ରସ୍ତୁତ ଆରମ୍ଭ ହୋଇଛି ଆକ୍ସନ ପ୍ଲାନ। ବିଶେଷ କରି ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ୭୮ ହଜାର ଚାଷୀଙ୍କ ଆୟକୁ ଦୁଇଗୁଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କର୍ମଶାଳାକୁ ଆସିଥିବା ସଫଳ ଚାଷୀ କିନ୍ତୁ ଚାଷ ପାଇଁ ସରକାର ନେଉଥିବା ପଦକ୍ଷେପକୁ ନେଇ ଖୁସି ନାହାନ୍ତି।

କାଳିଆ ଯୋଜନାର ଚାଷୀଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଖାଦ୍ୟ ସୁରକ୍ଷା ଓ ବିଜୁସ୍ୱାସ୍ଥ୍ୟ କଲ୍ୟାଣରେ ଥିବା ସବୁ ଚାଷୀଙ୍କ ଡାଟା ବେସ୍ ପ୍ରସ୍ତୁତରେ ସରକାର କେତେ ସଫଳ ହେଉଛନ୍ତି ଏବେ ତା’ଉପରେ ନଜର।

Related story