ବିଧାନସଭାରେ କାଳିଆ ତାତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୃହରେ ଦେଖିବାକୁ ମିଳିଥିଲା ‘କାଳିଆ’ ତାତି। କାଳିଆ ଯୋଜନାରେ ହିତାଧିକାରୀ କିଭଳି ଚୟନ ହୋଇଛନ୍ତି ? ଯୋଜନା ପାଇଁ ଆବଶ୍ୟକ ଟଙ୍କା କେଉଁଠୁ ଆସିଲା?  ଭାଗଚାଷୀଙ୍କୁ କେଉଁ ଆଧାରରେ ସହାୟତା ପ୍ରଦାନ କରାଯାଉଛି ? ମୁଲତବୀ ଆଲୋଚନା ବେଳେ ଏଭଳି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ। ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି କଂଗ୍ରେସ କହିଛି କେବଳ ବିଜେଡି କର୍ମୀମାନଙ୍କୁ ପୋଷିବା ପାଇଁ ଏହି ଯୋଜନା କରାଯାଇଛି। ଏହି ଆଳରେ […]

431-1-750x430

Tapas Behera
  • Published: Saturday, 27 July 2019
  • , Updated: 27 July 2019, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୃହରେ ଦେଖିବାକୁ ମିଳିଥିଲା 'କାଳିଆ' ତାତି। କାଳିଆ ଯୋଜନାରେ ହିତାଧିକାରୀ କିଭଳି ଚୟନ ହୋଇଛନ୍ତି ? ଯୋଜନା ପାଇଁ ଆବଶ୍ୟକ ଟଙ୍କା କେଉଁଠୁ ଆସିଲା?  ଭାଗଚାଷୀଙ୍କୁ କେଉଁ ଆଧାରରେ ସହାୟତା ପ୍ରଦାନ କରାଯାଉଛି ? ମୁଲତବୀ ଆଲୋଚନା ବେଳେ ଏଭଳି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ।

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି କଂଗ୍ରେସ କହିଛି କେବଳ ବିଜେଡି କର୍ମୀମାନଙ୍କୁ ପୋଷିବା ପାଇଁ ଏହି ଯୋଜନା କରାଯାଇଛି। ଏହି ଆଳରେ ରାଜ୍ୟକୁ ଲୁଣ୍ଠନ କରାଯାଉଛି। ୫୧ଲକ୍ଷ ୫ ହଜାର ଚାଷୀଙ୍କୁ ଦିଆଯାଇଥିବା ଟଙ୍କା କେଉଁଠୁ ଆସିଲା ଓ ଭାଗଚାଷୀଙ୍କୁ ସହାୟତା କିଭଳି ଦିଆଗଲା ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେପଟେ କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ କାଳିଆ ଯୋଜନା ଅଣାଯାଇ ଥିଲା ଏବଂ ହିତାଧିକାରୀ ଚୟନରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଥିଲେ। ତେବେ ଉପବାଚସ୍ପତି ତାଙ୍କୁ ଭାଷଣ ସଂକ୍ଷିପ୍ତ କରିବାକୁ କହିବାରୁ ଅଧାରୁ ଭାଷଣ ବନ୍ଦ କରି ରୁଷି ଥିଲେ ମୋହନ। ଏହାପରେ ବିଜେପିର ଅନ୍ୟ ବିଧାୟକମାନେ ବି ଆଲୋଚନାରେ ଭାଗ ନେଇ ନଥିଲେ। ମନ୍ତ୍ରୀ ଉତ୍ତର ଦେବା ସମୟରେ ମଧ୍ୟ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ କୃଷିମନ୍ତ୍ରୀ କହିଥିଲେ, ଅଗଷ୍ଟ ମାସରେ କାଳିଆ ହିତାଧିକାରୀଙ୍କ ତଥ୍ୟ ୱେଟସାଇଟ୍‌ରେ ଉପଲବ୍ଧ କରଯିବ। କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷ ୫ ହଜାର ୨୯୦ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଉ ୨୫ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏବେବି ଅନେକ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳରେ ଅନେକ ଚାଷୀ କାଳିଆ ଟଙ୍କା ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

କାଳିଆ ଯୋଜନା ଘୋଷଣା ହେବା ଦିନ ଠାରୁ କିଛି ନା କିଛି ବିବାଦ ଲାଗି ରହିଛି। ତେବେ ଆସନ୍ତା ମାସରେ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ ହେବାପରେ କେତେ ପ୍ରକୃତ ହିତାଧିକାରୀ ଉପକୃତ ହୋଇଛନ୍ତି ତା'ର ସତ୍ୟାସତ୍ୟ ଜଣାପଡ଼ିବ।

Related story