ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ ଖୋଲିବା ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାଂସଦ କଳିକେଶ ସିଂହଦେଓ ଟାର୍ଗେଟ୍ କରିଛନ୍ତି।

କଳିକେଶ ଟ୍ୱିଟ୍ କରି ଲେଖିଛନ୍ତି,“ ଖୁବ୍‌ଶୀଘ୍ର ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ ଖୋଲିବ। ଏହାକୁ ରୋକିବାକୁ ସ୍ଥାନୀୟ କଂଗ୍ରେସ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଉଦ୍ୟମ କରିବା ସତ୍ତ୍ୱେ ମେଡିକାଲ୍ କାଉନସିଲ୍‌ ଅଫ୍ ଇଣ୍ଡିଆ( MCI) ଏଥିପାଇଁ ଅନୁମତି ଦେଇଛି।”(image)

ଏହି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି,“ବଲାଙ୍ଗିରବାସୀ ଜାଣିଛନ୍ତି ୧୯୯୯ ମସିହାରେ ମେଡିକାଲ କଲେଜ ପ୍ରତିଷ୍ଠାକୁ କିଏ ବିରୋଧ କରିଥିଲା? ଯାହାର ଜ୍ଞାନର ଅଭାବ ଥାଏ, ସିଏ ଲୋକଙ୍କୁ ମୂର୍ଖ ବନାଇବାକୁ ଚେଷ୍ଟା କରିଥାଏ।”

https://www.youtube.com/watch?v=dvJd_6sUvjU

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।