ବଦଳି ଯାଇଛି କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ନୂଆ ରୂପରେ ସଜେଇ ହୋଇଥିଲା। ହେଲେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଏହାର ଚିତ୍ର ବଦଳି ଯାଇଛି। ଛାରଖାର ହୋଇଯାଇଛି ପୂରା ଷ୍ଟାଡିୟମ୍‌। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଏହା ପରିସରରେ ଥିବା ଅନେକ ଗଛ ବି ଭାଙ୍ଗି ଯାଇଛି। ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ […]

79

Jitendra Garnayak
  • Published: Sunday, 05 May 2019
  • , Updated: 05 May 2019, 10:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ନୂଆ ରୂପରେ ସଜେଇ ହୋଇଥିଲା। ହେଲେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଏହାର ଚିତ୍ର ବଦଳି ଯାଇଛି। ଛାରଖାର ହୋଇଯାଇଛି ପୂରା ଷ୍ଟାଡିୟମ୍‌। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଏହା ପରିସରରେ ଥିବା ଅନେକ ଗଛ ବି ଭାଙ୍ଗି ଯାଇଛି।

ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ ହକି ସିରିଜ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।

Related story