ହକି ବିଶ୍ୱକପ ପୂର୍ବରୁ ସରିଯିବ କଳିଙ୍ଗ ଷ୍ଟାଡିୟମ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ପାଇଁ ଆଜି ସଚିବାଳୟରେ କ୍ରୀଡା ବିଭାଗ, ଏଫ୍‌ଆଇଏଚ୍‌ ଓ ହକି ଇଣ୍ଡିଆ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱହକି କପ୍‌ ଆୟୋଜିତ ହେବ। ଏଥିପାଇଁ ନିର୍ମାଣଧୀନ ଷ୍ଟାଡ଼ିୟମ ଠିକ୍‌ ସମୟରେ ଶେଷ ହେବ ଏବଂ ଜୁଲାଇ ସୁଦ୍ଧା ଗ୍ରାଉଣ୍ଡ ସାର୍ଟିଫିକେସନ ହେବାର ସମୟ ଧାର୍ଯ୍ୟ କରାଯାଇଛି। ଭାରତ ସମେତ ୧୬ଟି ଅଂଶଗ୍ରହଣକାରୀ ଦଳ ଏବଂ ଅଫିସିଆଲଙ୍କ ରହିବା ବ୍ୟବସ୍ଥା ମଧ୍ୟ […]

kalinga stadium

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ପାଇଁ ଆଜି ସଚିବାଳୟରେ କ୍ରୀଡା ବିଭାଗ, ଏଫ୍‌ଆଇଏଚ୍‌ ଓ ହକି ଇଣ୍ଡିଆ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱହକି କପ୍‌ ଆୟୋଜିତ ହେବ। ଏଥିପାଇଁ ନିର୍ମାଣଧୀନ ଷ୍ଟାଡ଼ିୟମ ଠିକ୍‌ ସମୟରେ ଶେଷ ହେବ ଏବଂ ଜୁଲାଇ ସୁଦ୍ଧା ଗ୍ରାଉଣ୍ଡ ସାର୍ଟିଫିକେସନ ହେବାର ସମୟ ଧାର୍ଯ୍ୟ କରାଯାଇଛି।

ଭାରତ ସମେତ ୧୬ଟି ଅଂଶଗ୍ରହଣକାରୀ ଦଳ ଏବଂ ଅଫିସିଆଲଙ୍କ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଠିକ୍ ସମୟରେ ସମସ୍ତ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଏଫ୍‌ଆଇଏଚ୍‌ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ସୂଚନା ଦେଇଛନ୍ତି। ଗତ ସପ୍ତାହରୁ ବିଶ୍ୱକପ୍‌ ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା।

Related story