ଆସ କିଏ ନେବ ମାଗଣା ମାସ୍କ, ବାଣ୍ଟିଲା ‘କଳ୍ପନା ଛକ ଟୋକା ସଂଘ’

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା): ମହାମାରୀ ‘କରୋନା’କୁ ରୋକିବା ପାଇଁ ବଢ଼ୁଛି ମାସ୍କର ଚାହିଦା। ଦୋକାନରେ ଚଢ଼ା ଦର, ଲାଗୁଛି ଲମ୍ୱା ଲାଇନ୍‌। ଗତକିଛି ଦିନ ହେଲା ମାସ୍କକୁ ନେଇ ରାଜ୍ୟ ଏକ ପ୍ରକାର ଅଭାବୀବିକ୍ରୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ‘କରୋନା’ ମୁକାବିଲା ପାଇଁ ଆଗେଇ ଆସିଛି ଭୁବନେଶ୍ୱର ‘କଳ୍ପନା ଛକ ଟୋକା ସଂଘ’। ସଚେତନତା ପାଇଁ ଏହି ସଂଘ ବାଣ୍ଟିଛି ମାସ୍କ। ଲୋକଙ୍କ ସମ୍ମୁଖରେ ଟେଲରରେ ତିଆରି ହେଉଛି ମାସ୍କ। ଆଉ ସେହି ମାସ୍କକୁ […]

mask 2

Subhransu Sekhar
  • Published: Tuesday, 17 March 2020
  • , Updated: 17 March 2020, 10:21 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା): ମହାମାରୀ ‘କରୋନା’କୁ ରୋକିବା ପାଇଁ ବଢ଼ୁଛି ମାସ୍କର ଚାହିଦା। ଦୋକାନରେ ଚଢ଼ା ଦର, ଲାଗୁଛି ଲମ୍ୱା ଲାଇନ୍‌। ଗତକିଛି ଦିନ ହେଲା ମାସ୍କକୁ ନେଇ ରାଜ୍ୟ ଏକ ପ୍ରକାର ଅଭାବୀବିକ୍ରୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ‘କରୋନା’ ମୁକାବିଲା ପାଇଁ ଆଗେଇ ଆସିଛି ଭୁବନେଶ୍ୱର ‘କଳ୍ପନା ଛକ ଟୋକା ସଂଘ’। ସଚେତନତା ପାଇଁ ଏହି ସଂଘ ବାଣ୍ଟିଛି ମାସ୍କ।

ଲୋକଙ୍କ ସମ୍ମୁଖରେ ଟେଲରରେ ତିଆରି ହେଉଛି ମାସ୍କ। ଆଉ ସେହି ମାସ୍କକୁ ବାଣ୍ଟିଛନ୍ତି ସଂଘର କର୍ମକର୍ତ୍ତା। ‘କରୋନା’କୁ ନେଇ ଭୟଭୀତ ଥିବା ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ମାସ୍କ ନେଇଛନ୍ତି। ଅପରାହ୍ନ ୨ଟାରୁ ସଂଧ୍ୟା ୮ଟା ଭିତରେ ୭୦୦ରୁ ଅଧିକ ମାସ୍କ ମାଗଣାରେ ବଣ୍ଟା ଯାଇଥିବା କହିଛନ୍ତି ସଂଘର ପ୍ରତିଷ୍ଠାତା ଧୀରେନ ରାଉତ ରାୟ।

ବଜାରରେ ପର୍ଯାପ୍ତ ପରିମାଣରେ ମାସ୍କ ରହିଛି ବୋଲି ରାଜ୍ୟ ସରକାର କହୁଛନ୍ତି। ହେଲେ ବଜାରରେ ମାସ୍କ ମିଳୁନି। ଯେଉଁଥିପାଇଁ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଉ ଯେଉଁଠି ମାସ୍କ ମିଳୁଛି, ଦର ଅଧିକ ରହୁଛି। ଏଭଳି ସ୍ଥିତିରେ ମାଗଣା ମାସ୍କ ଲୋକଙ୍କ ପାଇଁ ରାମବାଣା ସଦୃଶ ହେବ ବୋଲି ମତପ୍ରକାଶ କରିଛନ୍ତି ସଂଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା। ଆଗାମୀ ଦିନରେ ମଧ୍ୟ ଏଭଳି ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

କପଡ଼ାରେ ତିଆରି ହୋଇଥିବା ଏହି ମାସ୍କ ସୁରକ୍ଷିତ ବୋଲି ସଂଘର ପ୍ରତିଷ୍ଠାତା କହିଛନ୍ତି। କିନ୍ତୁ ଏହି ମାସ୍କ ବଜାରରେ ମିଳୁଥିବା ମାସ୍କ ଅପେକ୍ଷା ଅଲଗା ରହିଛି। ସଂଘର ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related story