ଜନ୍ମମାଟିରେ ଏଭରେଷ୍ଟ ରାଣୀଙ୍କ ମରଶରୀର

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଜନ୍ମମାଟିରେ ପହଞ୍ଚିଲା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଢେଙ୍କାନାଳର ସାରି୍ରାପଡ଼ା ଗାଁରେ କଳ୍ପନା ଦାଶଙ୍କ ମରଶରୀର ପହଞ୍ଚିଛି। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କର ମରଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଶେଷ ଦର୍ଶନ କରିଥିଲେ। ଏହାପରେ କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗ ଦ୍ୱାର ନିଆଯାଇ […]

tgl

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 03:52 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଜନ୍ମମାଟିରେ ପହଞ୍ଚିଲା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଢେଙ୍କାନାଳର ସାରି୍ରାପଡ଼ା ଗାଁରେ କଳ୍ପନା ଦାଶଙ୍କ ମରଶରୀର ପହଞ୍ଚିଛି। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କର ମରଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଶେଷ ଦର୍ଶନ କରିଥିଲେ। ଏହାପରେ କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା।

ସେଠାରେ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗ ଦ୍ୱାର ନିଆଯାଇ କଳ୍ପନା ଦାଶଙ୍କ ଶେଷ କୃତ୍ୟ କରାଯିବ। ଆଜି ସକାଳେ ତାଙ୍କର ମୃତଦେହ ଦିଲ୍ଲୀରୁ ବିମାନରେ ଭୁବନେଶ୍ୱର ପହଞ୍ଚିଥିଲା।

ସେଠାରୁ କଳିଙ୍ଗ ଷ୍ଟାଡିୟମ ନିଆଯାଇଥିଲା ।  ସେଠାରେ ଶେଷ ଦର୍ଶନ କରିଥିଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । କ୍ରୀଡ଼ା ସଚିବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ମଧ୍ୟ କଳ୍ପନାଙ୍କ ଅନ୍ତିମ ଦର୍ଶନ କରିଥିଲେ। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରି ଫେରିବା ବେଳେ ଗତ ୨୩ତାରିଖରେ ଅଧା ରାସ୍ତାରେ କଳ୍ପନାଙ୍କ ମୃତ୍ୟୁ ହୋଇଥିଲା।

Related story