ଆଜି କାଠମାଣ୍ଡୁ ଆସିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହି କଳ୍ପନା ଦାଶଙ୍କ ମୃତଦେହକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଛନ୍ତି ଶେର୍ପା। ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକ୍‌ଲା ଅଣାଯିବ। ପରେ ସରକାରୀ ବିଧି ପ୍ରକ୍ରିୟା ପରେ ଆଜି ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲିରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ ସେଠାରେ ପୂର୍ବରୁ ପରିବାର […]

Kalpana.,,,,,,,,,,,,,0

Tapaswini Nayak
  • Published: Thursday, 30 May 2019
  • , Updated: 30 May 2019, 10:23 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହି କଳ୍ପନା ଦାଶଙ୍କ ମୃତଦେହକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଛନ୍ତି ଶେର୍ପା। ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକ୍‌ଲା ଅଣାଯିବ। ପରେ ସରକାରୀ ବିଧି ପ୍ରକ୍ରିୟା ପରେ ଆଜି ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲିରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ ସେଠାରେ ପୂର୍ବରୁ ପରିବାର ଲୋକେ ଅପେକ୍ଷା କରିଛନ୍ତି। ଗତକାଲି ଅପରାହ୍ନ ଗୋଟାଏରେ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର କରି କଳ୍ପନାଙ୍କ ମୃତଦେହକୁ କ୍ୟାମ୍ପ-ଟୁରେ ରଖାଯାଇଥିଲା। ତେବେ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇ ନ ପାରିନଥିଲା। ଏହାପରେ ଶେର୍ପା ଟିମ୍ ଦ୍ୱାରା ସଫଳତାର ସହ ମୃତଦେହକୁ ତଳକୁ ଅଣାଯାଇଥିଲା।

କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ ଟିମ୍ କାଠମାଣ୍ଡୁ ଯାଇଛନ୍ତି। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିଲା । ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା।

Related story