କାମାକ୍ଷାନଗର: ଦୁଇ ବାଇକ୍ ମଧ୍ୟରେ ଧକ୍କା, ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଲେ ସୂର୍ଯ୍ୟମଣି ମଲ୍ଲିକ ଓ ଜିତେନ୍ଦ୍ର ନାୟକ। ସୂର୍ଯ୍ୟମଣିଙ୍କ ଘର ଗୁଟଗରା ଗାଁରେ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଘର ଶ୍ରୀମୂଳା ଗାଁରେ। ଆହତ ଗୁନ […]

kamakhyanagar

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 03:54 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଲେ ସୂର୍ଯ୍ୟମଣି ମଲ୍ଲିକ ଓ ଜିତେନ୍ଦ୍ର ନାୟକ। ସୂର୍ଯ୍ୟମଣିଙ୍କ ଘର ଗୁଟଗରା ଗାଁରେ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଘର ଶ୍ରୀମୂଳା ଗାଁରେ। ଆହତ ଗୁନ ନାୟକଙ୍କ ଘର ବି ଶ୍ରୀମୂଳା ଗାଁରେ। ଜିତେନ୍ଦ୍ର ଓ ଗୁନ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ସୂର୍ଯ୍ୟମଣିଙ୍କ ବାଇକ୍‌ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

Related story