କମିଲା ତାପମାତ୍ରା: ରାଜ୍ୟବାସୀ ଆଶ୍ୱସ୍ତ

ଭୁବନେଶ୍ୱର:ସାରା ରାଜ୍ୟରେ କମିଛି ପାରା। ୩୨ ଡିଗ୍ରୀ ଉପରେ ରହିଛି ୨୧ଟି ସହର। ହେଲେ ରାଜଧାନୀରେ ତାତି କମିନି। ଆଜି ସର୍ବାଧିକ ଉତ୍ତପ୍ତ ସହର ଭାବେ ରାଜଧାନୀରେ ତାପମାତ୍ରା ରହିଛି ୪୦.୭ ଡିଗ୍ରୀ। ତା’ପଛକୁ ରହିଛି ମାଲକାନଗିରି। ଏହି ସହରର ତାପମାତ୍ରା ରହିଥିଲା ୪୦ ଡିଗ୍ରୀ। ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ଲାଗି ରହିଥିବା ତାତି ସାମାନ୍ୟ କମିଛି। ରବିବାର ବର୍ଷା ଯୋଗୁଁ ଆଶ୍ୱସ୍ତି ହୋଇଛନ୍ତି ପଶ୍ଚିମ ଓଡିଶାବାସୀ। ବାଲେଶ୍ୱରରେ ତାପମାତ୍ରା ୩୫ .୩ ଡିଗ୍ରୀ ରହିଥିବା ବେଳେ […]

heat

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 02:39 PM IST

ଭୁବନେଶ୍ୱର:ସାରା ରାଜ୍ୟରେ କମିଛି ପାରା। ୩୨ ଡିଗ୍ରୀ ଉପରେ ରହିଛି ୨୧ଟି ସହର। ହେଲେ ରାଜଧାନୀରେ ତାତି କମିନି। ଆଜି ସର୍ବାଧିକ ଉତ୍ତପ୍ତ ସହର ଭାବେ ରାଜଧାନୀରେ ତାପମାତ୍ରା ରହିଛି ୪୦.୭ ଡିଗ୍ରୀ। ତା’ପଛକୁ ରହିଛି ମାଲକାନଗିରି। ଏହି ସହରର ତାପମାତ୍ରା ରହିଥିଲା ୪୦ ଡିଗ୍ରୀ।

ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ଲାଗି ରହିଥିବା ତାତି ସାମାନ୍ୟ କମିଛି। ରବିବାର ବର୍ଷା ଯୋଗୁଁ ଆଶ୍ୱସ୍ତି ହୋଇଛନ୍ତି ପଶ୍ଚିମ ଓଡିଶାବାସୀ। ବାଲେଶ୍ୱରରେ ତାପମାତ୍ରା ୩୫ .୩ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୮.୩, କଟକରେ ୩୬.୬,ପାରାଦ୍ୱୀପରେ ୩୬.୬, ଗୋପାଳପୁରରେ ୩୨.୮,ପୁରୀରେ ୩୪.୭,ଅନୁଗୋଳରେ ୩୯.୭,ବାରିପଦାରେ ୩୬.୬, ଝାରସୁଗୁଡାରେ୩୪.୯, କେନ୍ଦୁଝରରେ୩୫.୯, ସମ୍ୱଲପୁରରେ ୩୫.୪, ସୁନ୍ଦରଗଡରେ ୩୯.୫, ହୀରାକୁଦରେ ୩୩.୪, ତାଳଚେରରେ ୩୯.୫,ଭବାନୀପାଟଣାରେ ୩୮.୦, କୋରାପୁଟରେ ୩୩, ଫୁଲବାଣୀରେ ୩୪.୭ ,ସୋନୁପର ୩୮.୬, ଦାରିଙ୍ଗବାଡି ୩୩.୨ ଓ ଢେଙ୍କାନାଳରେ ତପମାତ୍ରା ୩୮.୫ ଡିଗ୍ରୀ ରହିଥିଲା।

Related story