୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡି ଦେଲା ପୁଲିସ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ପୁଲିସ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ପୋଡି ଦେଇଛି। ଗତକାଲି ବାଲିଗୁଡା ଥାନା ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସଲାଗୁଡା ଓ ନାରାଗାଁ ଅଞ୍ଚଳରେ ଚାଷ ହେଉଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଦେବା ସହ ପୋଡି ଦେଇଛି। ଏହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି। କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ […]

ganjay

Manoranjan Sial
  • Published: Wednesday, 04 November 2020
  • , Updated: 04 November 2020, 04:38 PM IST

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ପୁଲିସ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ପୋଡି ଦେଇଛି। ଗତକାଲି ବାଲିଗୁଡା ଥାନା ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସଲାଗୁଡା ଓ ନାରାଗାଁ ଅଞ୍ଚଳରେ ଚାଷ ହେଉଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଦେବା ସହ ପୋଡି ଦେଇଛି। ଏହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି।

କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବାଲିଗୁଡା, ଖଜୁରିପଡା, ଫିରିଙ୍ଗିଆ ଆଦି ଥାନା ଅଞ୍ଚଳରେ ଲାଗିଥିବା ବେଆଇନ୍‌ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି। ଯେଉଁଥି ପାଇଁ ଗଞ୍ଜେଇ ଚାଷୀ ଓ ମାଫିଆମାନଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଗଞ୍ଜେଇ କଟା ଅଭିଯାନ ଜାରି ରହିବ ବୋଲି ଜଣାଯାଇଛି।

Related story