ଖାକିରେ କଳଙ୍କ, ଯୁବତୀଙ୍କୁ ଦୁଷ୍କର୍ମ କଲେ ପିଏସ୍‌ଓ!

ଫୁଲବାଣୀ (ତ୍ରିନାଥ ସାହୁ): ଖାକିରେ ଲାଗିଲା କଳଙ୍କ। କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍‌ଓ ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି ଏମିତି। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ପିଏସ୍‌ଓ ପପୁ (ଛଦ୍ମନାମ) ନିଜ ଘର କାମରେ […]

rape1

Manoranjan Sial
  • Published: Sunday, 15 September 2019
  • , Updated: 15 September 2019, 09:23 PM IST

ଫୁଲବାଣୀ (ତ୍ରିନାଥ ସାହୁ): ଖାକିରେ ଲାଗିଲା କଳଙ୍କ। କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍‌ଓ ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଘଟଣାଟି ଏମିତି। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ପିଏସ୍‌ଓ ପପୁ (ଛଦ୍ମନାମ) ନିଜ ଘର କାମରେ ଜଣେ ଯୁବତୀଙ୍କୁ ନିୟୋଜିତ କରିଥିଲେ। ତାଙ୍କ ଘରେ ରହଣୀ ସମୟରେ ପପୁ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଯୁବତୀ ଜଣକ ବର୍ତ୍ତମାନ ୩ରୁ ୪ ମାସର ଗର୍ଭବତୀ ରହିଛନ୍ତି।

ପୀଡ଼ିତାଙ୍କ ମାଆ ଆଜି ଏନେଇ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି PSO ପପୁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଏତଲାରେ ଦର୍ଶା ଯାଇଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ପୀଡିତାର ଡାକ୍ତରୀ ମାଇନା କରିଛି। ଏଥିସହ ଅଭିଯୁକ୍ତ PSOକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

Related story