୧୦ ଦିନ ବଢ଼ିଲା ଲକ୍ଡାଉନ୍
ଫୁଲବାଣୀ (ତ୍ରିନାଥ ସାହୁ): ମହାମାରୀ କରୋନା ଅଣାୟତ ହେବାରେ ଲାଗିଛି। ସ୍ଥିତି ଗମ୍ଭୀର ହେଉଥିବା ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ ଜାରି କରାଯାଉଛି। ଏହି କ୍ରମରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ୧୦ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏନେଇ କନ୍ଧମାଳ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି। ଜିଲ୍ଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।
ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖ ସକାଳ ୫ରୁ ଅଗଷ୍ଟ ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ତେବେ ସକାଳ ୭ରୁ ଦିନ ୧ଟା ଯାଏ ରାସନ୍, କ୍ଷୀର, ପରିବା ଦୋକାନ ଖୋଲା ରହିବ।
In view of rising positive cases inorder to contain the disease,lockdown is imposed in all other areas except the areas under containment zones w.e.f 29th July until 07 August. In lockdown areas, only vegetable/fruits/milk/grocery shops will be open from 7.00am to 1.00pm.
— Collector Kandhamal (@DMKandhamal) July 28, 2020
ଆଜି ସୁଦ୍ଧା କନ୍ଧମାଳରେ ୪୫୨ ସଂକ୍ରମିତ ହୋଇଛନ୍ତି। ୨୦୬ ଆକ୍ଟିଭ କେସ୍ ରହିଛି। ୨୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରକାଶଥାଉକି, କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ ଜାରି କରିଥିଲେ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍ଡାଉନ୍ କଟକଣା ଲଗାଇଛନ୍ତି ସରକାର। ଜୁଲାଇ ୩୧ ଯାଏ ଏହି କଟକଣା ଜାରି ରହିଛି। ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକ୍ଡାଉନ ବେଳେ ସପ୍ତାହାନ୍ତ ସଟ୍ଡାଉନ କଟକଣା ଲାଗୁ ହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।