କେନ୍ଦ୍ରାପଡା : ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ସିପିଆଇର ବିକ୍ଷୋଭ

 କେନ୍ଦ୍ରପଡ଼ା :   ବିଜେପି ନେତୃତ୍ୱାଧିକ ଏନଡିଏ ସରକାରଙ୍କ ଦ୍ୱାରା ଲୋକସଭାରେ ଆଗତ ଜମି ଅଧିଗ୍ରହଣ ବିଲକୁ ବିରୋଧକରି ସିପିଆଇ ପକ୍ଷରୁ ଆଜି କେନ୍ଦ୍ରାପଡ଼ାଠାରେ  ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ରସରକାରଙ୍କ ଜମି ଅଧିଗ୍ରହଣ ବିଲ କୃଷକ ବିରୋଧି ବୋଲି  ଦଳ ପକ୍ଷରୁ ଦର୍ଶାଯାଇଛି ।  ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦଳପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି । ଏହି ଅବସରରେ ଉପଲକ୍ଷେ  ଜିଲ୍ଲା ନେତା ସାଥୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ […]

IMG-20150514-WA0004

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 06:22 AM IST

 କେନ୍ଦ୍ରପଡ଼ା :   ବିଜେପି ନେତୃତ୍ୱାଧିକ ଏନଡିଏ ସରକାରଙ୍କ ଦ୍ୱାରା ଲୋକସଭାରେ ଆଗତ ଜମି ଅଧିଗ୍ରହଣ ବିଲକୁ ବିରୋଧକରି ସିପିଆଇ ପକ୍ଷରୁ ଆଜି କେନ୍ଦ୍ରାପଡ଼ାଠାରେ  ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ରସରକାରଙ୍କ ଜମି ଅଧିଗ୍ରହଣ ବିଲ କୃଷକ ବିରୋଧି ବୋଲି  ଦଳ ପକ୍ଷରୁ ଦର୍ଶାଯାଇଛି ।  ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦଳପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି । ଏହି ଅବସରରେ ଉପଲକ୍ଷେ  ଜିଲ୍ଲା ନେତା ସାଥୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ପାର୍ଟିର ରାଜ୍ୟ ପରିଷଦ ସଭ୍ୟ ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ପ୍ରଦୀପ୍ତ କୁମାର ରାଉତ, ସୁଭାଷିନୀ ଭଦ୍ର ପ୍ରମୁଖ ଯୋଗ ଦେଇ ଜମି ଅଧିଗ୍ରହଣ ବିଲକୁ ସମାଲୋଚନା କରିଥିଲେ। ପୂର୍ବରୁ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Related story