କେନ୍ଦୁଝର: କୁଶେଇ ନଦୀ ଉପରେ ପ୍ରସ୍ତାବିତ ନୂଆ ପୋଲ ନିର୍ମାଣକୁ ବିରୋଧ କରି କେନ୍ଦୁଝର ବେଲବାହାଳିରେ ଗତକାଲି ଲଙ୍କାକାଣ୍ଡ ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ସେପଟେ ଆନ୍ଦୋଳନକାରୀମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ଏକ ବୈଠକ କରୁଥିବା ସୂଚନା ମିଳିଛି। ସଂଘର୍ଷ ପରେ ସେଠାରେ ଆଜି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ସେପଟେ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗିରଫ ହୋଇଥିବା ସ୍ଥାନୀୟ ଅଞ୍ଚଳର ୬୩ଜଣ ମହିଳାଙ୍କ ସମେତ ୯୯ଜଣଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଛି । ଗତକାଲି ଲୋକଙ୍କ ଆକ୍ରମଣରେ ସ୍ଥାନୀୟ ବିଡିଓ ଏବଂ ୩ ସୁରକ୍ଷା ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଉତ୍ୟକ୍ତ ଲୋକେ ଗାଡ଼ି ଓ ଅସ୍ଥାୟୀ କ୍ୟାମ୍ପ ପୋଡ଼ି ଦେବା ସହ ଦିନ ତମାମ ଏନ୍ଏଚ୍-୨୧୫ ଅବରୋଧ କରି ରଖିଥିଲେ। ଏହି ଘଟଣା ପରେ ଉତ୍ତରାଞ୍ଚଳ ଆଇଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।