କେନ୍ଦୁଝର: କେନ୍ଦୁଝରରେ ଓକିଲ-ପୋଲିସ ବିବାଦ ଘଟଣାରେ ଟାଉନ ଥାନା ଏସଆଇଙ୍କୁ ନିଲମ୍ୱିତ କରାଯାଇଛି। ଟାଉନ ଥାନା ଅଧିକାରୀ ତ୍ରିନାଥ ସେଠି ଥାନା ଭିତରେ ଜଣେ ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜିଲ୍ଲା ଓକିଲ ସଂଘ ପ୍ରତିବାଦ କରିଥିଲା ଓ ଏସପିଙ୍କ ନିକଟରେ ଫେରାଦ ହୋଇଥିଲା। ଏସପି ଏହି ଘଟଣାର ତଦନ୍ତ ଆଦେଶ ଦେଇଥିଲେ। ଅତିରିକ୍ତ ଏସପି ଓ ସଦର ଏସଡିପିଓ ଘଟଣା ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଏସପି ଟାଉନ ଥାନା ଏସଆଇଙ୍କୁ ନିଲମ୍ୱିତ କରିଛନ୍ତି। ଏହି ଘଟଣାର ଜଡ଼ିତ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ଓକିଲ ସଂଘ ଦାବି କରିଛି।