ରାଜଧାନୀରେ ବସିଲା କଙ୍ଗାରୁ କୋର୍ଟ, ତିନି ମହିଳା ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୋଟ ପିଲାଙ୍କ କଳିକୁ ନେଇ ଉତ୍ତେଜନା। ଆଉ ମାମଲା ପାଇଁ ବସିଲା କଙ୍ଗାରୁ କୋର୍ଟ। ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଦେଖିବାକୁ ମିଳିଛି। ସାଲିଆସାହିରେ ଥିବା ମହିଳା ସଂଗଠନ କଙ୍ଗାରୁ କୋର୍ଟ ବସାଇ ନାବାଳକଙ୍କୁ ଆଣ୍ଠେଇବା ସହ ବସ୍ ଉଠ୍ କରାଇଥିଲା। ଏହି ଘଟଣା ପରେ ପୁଲିସ୍ ମହିଳା ସଂଗଠନର ତିନି ଜଣଙ୍କୁ ଗିରଫ କରିଛି ପୁଲିସ। କିଛିଦିନ ତଳେ ସାଲିଆସାହିରେ ଦୁଇ ଛୋଟ ପିଲାଙ୍କ […]

saliasahi

Ranjit Kumar Jena
  • Published: Thursday, 23 September 2021
  • , Updated: 23 September 2021, 05:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୋଟ ପିଲାଙ୍କ କଳିକୁ ନେଇ ଉତ୍ତେଜନା। ଆଉ ମାମଲା ପାଇଁ ବସିଲା କଙ୍ଗାରୁ କୋର୍ଟ। ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଦେଖିବାକୁ ମିଳିଛି। ସାଲିଆସାହିରେ ଥିବା ମହିଳା ସଂଗଠନ କଙ୍ଗାରୁ କୋର୍ଟ ବସାଇ ନାବାଳକଙ୍କୁ ଆଣ୍ଠେଇବା ସହ ବସ୍ ଉଠ୍ କରାଇଥିଲା। ଏହି ଘଟଣା ପରେ ପୁଲିସ୍ ମହିଳା ସଂଗଠନର ତିନି ଜଣଙ୍କୁ ଗିରଫ କରିଛି ପୁଲିସ।

କିଛିଦିନ ତଳେ ସାଲିଆସାହିରେ ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେଉଁ କାରଣରୁ ଗୋଟିଏ ପକ୍ଷର ମା’ ଓ ପୁଅକୁ ଡକାଇଥିଲା ସାଲିଆସାହିର ଏହି ମହିଳା ସଂଗଠନ। ପରେ ମହିଳା ସଂଗଠନ ନାବାଳକକୁ ଆଣ୍ଠେଇବା ସହ ତାକୁ ଗାଳିଗୁଲଜ କରିଥିଲେ। ଏହା ସହ ମହିଳାଙ୍କୁ ୫ହଜାର ୫୫୧ ଟଙ୍କା ଜୋରିମାନା ସହ ନିଆଁପାଣି ବାସନ୍ଦ କରିବାକୁ ଧମକ ଦେଇଥିଲେ। ଜରିମାନା ଟଙ୍କା ନେଦେଲେ ଉକ୍ତ ପରିବାରକୁ ଏକ ଘରିଆ କରିବା ପାଇଁ ଧମକ ଦେଇଥିଲେ। ଏହାସହ ପାଣି ଓ କରେଣ୍ଟ କାଟିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ ।

ଘଟଣା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ମହିଳା ସଂଗଠନର ତିନି ଜଣଙ୍କୁ ଗିରଫ କରିଛି। ତେବେ ଆଜି ନୟାପଲ୍ଲୀ ଥାନାରୁ କୋର୍ଟ ଚାଲାଣ କରିବା ବେଳେ କିଛି ମହିଳା ସଂଗଠନ ଥାନା ଗାଡି ସାମ୍ନାକୁ ଆସି ବିରୋଧ କରିଥିଲେ। ପରେ ପୁଲିସ ସେମାନଙ୍କୁ ସେଥିରୁ ନିବୃତ କରିଥିଲା।

Related story