ମାଂସ ଭାତ ଓ ଲକ୍ଷେ ଟଙ୍କା ନଦେଇ ପାରିବାରୁ ଗାଁରୁ ବାହାର କରିଦେଲା କଙ୍ଗାରୁ କୋର୍ଟ

ବୀରମିତ୍ରପୁର(ରାକେଶ ସାହୁ): ସମୟ ବଦଳିଛି । ହେଲେ ବଦଳି ନି ମାନସିକତା । ଆଜି ବି ପୁରୁଣା ପରମ୍ପରା ରୀତିନୀତିକୁ ଛାଡିବାକୁ ନାରାଜ୍ ଗାଁ ଲୋକେ l ଗାଁର ରୀତି ନିୟମକୁ ନ ମାନିବାରୁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜୟଡେଗା ପଞ୍ଚାୟତର ଧୁଆନକଟା ଗାଁର ଜଣେ ଆଦିବାସୀ ପରିବାରକୁ ବାସନ୍ଦ କରିଛନ୍ତି ଲୋକେ l ଏହି ପରିବାରକୁ ଅଲଗା କରିଛନ୍ତି ଗାଁ ଲୋକେ l ଆଉ ସାମାନ୍ୟ କଥାକୁ ନେଇ ଦୁଇ ବର୍ଷ ହେଲା […]

567

Tapas Behera
  • Published: Monday, 18 January 2021
  • , Updated: 18 January 2021, 03:48 PM IST

ବୀରମିତ୍ରପୁର(ରାକେଶ ସାହୁ): ସମୟ ବଦଳିଛି । ହେଲେ ବଦଳି ନି ମାନସିକତା । ଆଜି ବି ପୁରୁଣା ପରମ୍ପରା ରୀତିନୀତିକୁ ଛାଡିବାକୁ ନାରାଜ୍ ଗାଁ ଲୋକେ l ଗାଁର ରୀତି ନିୟମକୁ ନ ମାନିବାରୁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜୟଡେଗା ପଞ୍ଚାୟତର ଧୁଆନକଟା ଗାଁର ଜଣେ ଆଦିବାସୀ ପରିବାରକୁ ବାସନ୍ଦ କରିଛନ୍ତି ଲୋକେ l

ଏହି ପରିବାରକୁ ଅଲଗା କରିଛନ୍ତି ଗାଁ ଲୋକେ l ଆଉ ସାମାନ୍ୟ କଥାକୁ ନେଇ ଦୁଇ ବର୍ଷ ହେଲା ଅଭିଶପ୍ତ ଜୀବନ ବିତାଉଛନ୍ତି ଖୋଡି ଏକ୍କା ଙ୍କ ପରିବାର। ପରିବାରର ଭୁଲ କେବଳ ଏତିକି ଯେ ଗ୍ରାମ ସଭାକୁ ଉପେକ୍ଷା କରି ପୈତୃକ ଜମିର ଘରବାରି ଡିହ ଚିହ୍ନଟ ପାଇଁ  ରାଜସ୍ଵ ନିରୀକ୍ଷକ, ଅମିନଙ୍କୁ ଡାକି ଥିଲେ। ଦୁଇ ଭାଇ ମଧ୍ୟରେ ଘରବାଡ଼ିକୁ ନେଇ ବିବାଦ ରହିଥିଲା l ତେବେ ଗ୍ରାମ ସଭା ସମାଧାନ କରିଥିଲା । କିନ୍ତୁ ବଡ ଭାଇ ଖୋଡି ଏକ୍କା ସରକାରୀ ମାପ ପାଇଁ ଇଚ୍ଛା କରିଥିଲେ l

ଘଟଣା ଯେଉଁ ଦିନ ଘଟିଲା ଗାଁରେ ବସିଥିଲା କଙ୍ଗାରୁ କୋର୍ଟ I କୋର୍ଟ ନିଷ୍ପତ୍ତି ନେଲା ଖଡି ଏକ୍କା ଯେଉଁ ଭୁଲ କରିଛନ୍ତି ତାର ଦଣ୍ଡ ହେଉଛି ଗ୍ରାମବାସୀଙ୍କୁ ମାଂସ ଭୋଜି ଓ ଏକ ଲକ୍ଷ ଟଙ୍କା ଜରିମାନା ।  ନଦେଲେ  ଆଜୀବନ ବାସନ୍ଦର  ଦଣ୍ଡ ଭୋଗିବାକୁ ପଡ଼ିବ।ଜରିମାନା ଦେବାର ସାମର୍ଥ୍ୟ ନ ଥିବାରୁ ଖଡି ଏକ୍କା  କଙ୍ଗାରୁ କୋର୍ଟକୁ ସମ୍ମାନ ଜଣାଇ ନିଜେ ବାସନ୍ଦ ହୋଇଗଲେ l ତେବେ ଏ ନେଇ ଗ୍ରାମର କେହି ବି କିଛି କହିବାକୁ ନାରାଜ l ଅନ୍ୟପଟେ ଗ୍ରାମର ସରପଞ୍ଚ ମଧ୍ୟ ଏ ଘଟଣା ସମ୍ପର୍କ ରେ କିଛି ବି କହିବାକୁ  ଅନିଚ୍ଛା ପ୍ରକାଶ କରିଛନ୍ତି।  ଆଜକୁ ପ୍ରାୟ ଦୁଇ ବର୍ଷ ହୋଇଗଲା ସେହି ଜମି ମାପିବାର ଇଚ୍ଛାର ପରିଣାମ ସୂରୁପ ସାମାଜିକ ବାସନ୍ଦର ତାଡ଼ନା ଭୋଗୁଛନ୍ତି ଖୋଡି ଏକ୍କା ଓ ତାଙ୍କ ପରିବାର l

Related story