ଗାଁ ଦାଣ୍ଡରେ ବସିଲା କଂଗାରୁ କୋର୍ଟ, ନାବାଳିକାକୁ ଭିଡି ଆଣି ନିର୍ଧୁମ ପିଟିଲେ!

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଗାଁ ଦାଣ୍ଡରେ ବସିଲା ଗଙ୍ଗାରୁ କୋର୍ଟ। ଜଣେ ନାବାଳିକାକୁ ଘରୁ ଟାଣି ଆଣି ନିର୍ଧୁମ ପିଟିଲେ। ନିର୍ଯାତନା ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ନିଆଁ ପାଣି ବାସନ୍ଦ କଲେ ଗାଁ ଲୋକ। ଘର ଆଗରେ କଣ୍ଟା ପୋତିଲେ। ନାବାଳିକାଙ୍କ ପରିବାର ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଦେଲେନାହିଁ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରୁ। ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ […]

Nayagarh

Manoranjan Sial
  • Published: Friday, 24 September 2021
  • , Updated: 24 September 2021, 08:46 PM IST

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଗାଁ ଦାଣ୍ଡରେ ବସିଲା ଗଙ୍ଗାରୁ କୋର୍ଟ। ଜଣେ ନାବାଳିକାକୁ ଘରୁ ଟାଣି ଆଣି ନିର୍ଧୁମ ପିଟିଲେ। ନିର୍ଯାତନା ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ନିଆଁ ପାଣି ବାସନ୍ଦ କଲେ ଗାଁ ଲୋକ। ଘର ଆଗରେ କଣ୍ଟା ପୋତିଲେ। ନାବାଳିକାଙ୍କ ପରିବାର ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଦେଲେନାହିଁ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରୁ।

ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁର ପ୍ରଭାଵଶାଳୀ ବ୍ୟକ୍ତି ଠୁଙ୍କୁ ବିଶ୍ୱାଳ ପରକ୍ରିୟା ପ୍ରୀତି କରି ଜଣେ ମହିଳାଙ୍କୁ ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଗାଁର ଜଣେ ନାବାଳିକା ଜାଣିଥିଲେ। ପରେ ସେ ଗାଁର କେତେକ ଲୋକଙ୍କୁ କହିଥିଲେ। ଏହା ପରେ ଠୁକୁ ବିଶ୍ୱାଳ ଗାଁ ଦାଣ୍ଡରେ ବସାଇ ଥିଲେ କଙ୍ଗାରୁ କୋର୍ଟ। ସେ ନାବାଳିକାକୁ ଘର ଭିତରୁ ଭିଡି ଆଣି ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ସ୍ଥାନୀୟ ପୁଲିସଠାରୁ ନିରାଶ ହୋଇ ନାବାଳିକାଙ୍କ ପରିବାର ଲୋକେ ନୟାଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ନାବାଳିକାଙ୍କ ଉପରେ ହୋଇଥିବା ନିର୍ଯାତନା ବିଷୟରେ ଏସ୍‌ପିଙ୍କୁ ଅବଗତ କରାଯାଇଥିଲେ। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା। ମାତ୍ର ଗାଁରେ ଘଟଣା ଥାନାକୁ ଯିବାରୁ ନାପସନନ୍ଦ କରିଥିଲେ ଗ୍ରାମବାସୀ। ଗାଁରେ ସଭା କରି ନାବାଳିକା ପରିବାରକୁ ନିଆଁ ପାଣି ବାସନ୍ଦ କରିଥିଲେ। ଏପରିକି ନାବାଳିକାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଯିବାକୁ ଅନୁମତି ଦେଉନଥିଲା। ନାବାଳିକାଙ୍କ ପରିବାର ଲୋକେ ଏକପ୍ରକାର ଗୃହ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।

Related story