ମାଡ଼ାମ ନେଉଥିଲେ ୮୦ ହଜାର ଟଙ୍କା ଲାଞ୍ଚ! ଧରି ପକାଇଲା ଭିଜିଲାନ୍ସ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ପ୍ରିନ୍ସପାଲ୍‌ ମାଡ଼ାମ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ। ଆଜି ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ଭିଜିଲାନ୍ସ ଟିମ୍‌ ମାଡ଼ାମଙ୍କୁ ଗିରଫ କରିବା ସହିତ କଲେଜରେ ଚଢ଼ଉ କରିଛି। ବଙ୍ଗୋମୁଣ୍ଡା +2 ପଞ୍ଚାୟତ ସମିତି ମହାବିଦ୍ୟାଳୟର ଲାଇବ୍ରେରୀ କିରାଣୀ ଡୋଳାମଣୀ ମେହେର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୨ ତାରିଖରେ ଅନୁପସ୍ଥିତ ରହିଥିଲେ। ଏଥିପାଇଁ ଦରଖାସ୍ତ ଦେଇନଥିଲେ। କିନ୍ତୁ ଅନୁପସ୍ଥିତ ନେଇ କଲେଜ ଅଧ୍ୟକ୍ଷା […]

vigilance

Manoranjan Sial
  • Published: Monday, 18 January 2021
  • , Updated: 18 January 2021, 05:44 PM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ପ୍ରିନ୍ସପାଲ୍‌ ମାଡ଼ାମ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ। ଆଜି ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ଭିଜିଲାନ୍ସ ଟିମ୍‌ ମାଡ଼ାମଙ୍କୁ ଗିରଫ କରିବା ସହିତ କଲେଜରେ ଚଢ଼ଉ କରିଛି।

ବଙ୍ଗୋମୁଣ୍ଡା +2 ପଞ୍ଚାୟତ ସମିତି ମହାବିଦ୍ୟାଳୟର ଲାଇବ୍ରେରୀ କିରାଣୀ ଡୋଳାମଣୀ ମେହେର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୨ ତାରିଖରେ ଅନୁପସ୍ଥିତ ରହିଥିଲେ। ଏଥିପାଇଁ ଦରଖାସ୍ତ ଦେଇନଥିଲେ। କିନ୍ତୁ ଅନୁପସ୍ଥିତ ନେଇ କଲେଜ ଅଧ୍ୟକ୍ଷା ମିନତି ରଥଙ୍କୁ ଜଣାଇଥିଲେ। ତା’ପର ଦିନ ଡୋଳାମଣୀ କଲେଜ ଆସି ଛୁଟି ଦରଖାସ୍ତ ଦେଇଥିଲେ। ମାତ୍ର କଲେଜ ଅଧ୍ୟକ୍ଷା ଛୁଟି ଦରଖାସ୍ତ ରଖିନଥିଲେ। ସିସିଆର୍‌ ରାଜ୍ୟ ସରକାରଙ୍କୁ ପଠାଇ ଚାକିରିରୁ ବାହାର କରିଦେବି ବୋଲି ସେ କୁଆଡ଼େ ଧମକ ଚମକ ଦେଇଥିଲେ। ଯାହାକୁ ନେଇ ଡୋଳାମଣୀ ଅଡୁଆରେ ପଡ଼ି ଯାଇଥିଲେ। ବୁଝାବୁଝି ପରେ କଲେଜ ଅଧ୍ୟକ୍ଷା ଲକ୍ଷେ ଟଙ୍କା ଦାବି କରିଥିଲେ। ଶେଷରେ  ୮୦,୦୦୦ ଟଙ୍କା ଡିଲ୍‌ ହୋଇଥିଲା।

ଡୋଳାମଣୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଡୋଳାମଣୀ ଆଜି ଲାଞ୍ଚ ଟଙ୍କା ଧରି ଅଧ୍ୟକ୍ଷା ମିନତି ରଥଙ୍କ ଘରକୁ ଆସିଥିଲେ। ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଏପରିକି ଲାଞ୍ଚ ବାବଦକୁ ୮୦,୦୦୦ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଟିମ୍‌ କଲେଜରେ ମଧ୍ୟ ଚଢ଼ଉ କରିଛି।

Related story