ଆନିମିଆ ମୁକ୍ତ ହେବ ସୁକିନ୍ଦା, ‘କନ୍ୟା ଏକ୍ସପ୍ରେସ’ ଉଦ୍‌ଘାଟିତ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସ ସେବାର ଶୁଭାରମ୍ଭ ହୋଇଛି ।  କିଶୋରୀମାନଙ୍କ ରକ୍ତହୀନତା ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ‘ଆନିମିଆ ମୁକ୍ତ ଭାରତ’ ପଦକ୍ଷେପକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଏକ ଅଭିନବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ ବା ‘କନ୍ୟା ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି । ଏହି […]

sukinda

Niharika Rout
  • Published: Thursday, 23 June 2022
  • , Updated: 23 June 2022, 11:29 AM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସ ସେବାର ଶୁଭାରମ୍ଭ ହୋଇଛି ।  କିଶୋରୀମାନଙ୍କ ରକ୍ତହୀନତା ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ‘ଆନିମିଆ ମୁକ୍ତ ଭାରତ’ ପଦକ୍ଷେପକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଏକ ଅଭିନବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ ବା ‘କନ୍ୟା ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି ।

ଏହି ଏକ୍ସପ୍ରେସ ସରକାରୀ ବ୍ୟବସ୍ଥା ମାଧ୍ୟମରେ ନିୟମିତ ଭାବରେ କିଶୋରୀମାନଙ୍କ ହିମୋଗ୍ଲୋବିନ ସ୍ତର ଯାଞ୍ଚ କରିବା ସହ ଆଇରନ ଫଲିକ୍ ଏସିଡ ଓ କୃମିନାଶକ ବଟିକା ବଣ୍ଟନ କାର୍ଯ୍ୟକ୍ରମ କରାଯିବ ।  ଏଥିସହ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ କରିବ । ଇମ୍ଫାର ବିଜନେସ ୟୁନିଟ ହେଡ୍ କନ୍ୟା ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି  ।

[caption id="attachment_743918" align="aligncenter" width="650"] ଇମ୍ଫାର ବରିଷ୍ଠ ଅଧିକାରୀ କନ୍ୟା ଏକ୍ସପ୍ରେସ୍‌ର ଶୁଭ ଉଦ୍‌ଘାଟନ କରୁଛନ୍ତି।[/caption]

ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତ ବୁଲି କିଶୋରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବ ଏହି ଆମ୍ବୁଲାନ୍ସ  । ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ସମସ୍ତ କିଶୋରୀ ଓ ମହିଳାମାନଙ୍କର ହିମୋଗ୍ଲୋବିନ ଟେଷ୍ଟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ଚିକିତ୍ସା କରିବା ନିମନ୍ତେ ଏହି କନ୍ୟା ଏକ୍ସପ୍ରେସ ସହାୟକ ହେବ ।

ସୁକିନ୍ଦାର କିଶୋରୀମାନଙ୍କୁ ଆନିମିଆମୁକ୍ତ କରିବାକୁ  ବିଆଇପିଏଫ ଓ ଇମ୍ଫା ତରଫରୁ କନ୍ୟା ଏକ୍ସପ୍ରେସ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକର ୨୫ ପଞ୍ଚାୟତରେ ୨ଟି ଭ୍ୟାନ ବୁଲିବ ।  ଏହା ମାଧ୍ୟମରେ କିଶୋରୀମାନଙ୍କ ହିମୋଗ୍ଲୋବିନ ସ୍ତର, ବିଏମଆଇ ଇଣ୍ଡେକ୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଟ୍ରାକ୍‌ କରାଯିବ । ଏହି କାର୍ଯ୍ୟକ୍ରମ ଦୀର୍ଘ ୧୧ ମାସ ପର୍ଯ୍ୟନ୍ତ ଚାଲିବ । ଏହାପରେ କିଶୋରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସରକାରୀ ହସ୍ପିଟାଲ ସହ ମିଶି ସେମାନଙ୍କୁ ମେଡିସିନ ଯୋଗାଇ ଦିଅଯିବ ବୋଲି ଇମ୍ଫାର ବରିଷ୍ଠ ଅଧିକାରୀ ସନ୍ଦୀପ ବାପୁରାଓ କହିଛନ୍ତି।

Related story