ବଡ଼ବାପାଙ୍କୁ କଚାଡ଼ି ମରିଦେଲା ପୁତୁରା!

ଉଦଳା(ମାନସ ପାଣି): ବଡ଼ବାପାଙ୍କୁ କଚାଡ଼ି ମରିଦେଲା ପୁତୁରା! ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି। ତିନି ଦିନ ତଳେ କପ୍ତିପଦା ଥାନା ବଡ଼ଝାଡ଼ ଗାଁର ମଙ୍ଗଲା ସିଂ ସହିତ ପୁତୁରା ପିତାମ୍ୱରଙ୍କର ପାଟିତୁଣ୍ଡ ହୋଇଥିଲା। ଆଜି ପୁଣି ଥରେ ବଡ଼ବାପା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। […]

murder-1

Manoranjan Sial
  • Published: Tuesday, 15 June 2021
  • , Updated: 15 June 2021, 08:15 PM IST

ଉଦଳା(ମାନସ ପାଣି): ବଡ଼ବାପାଙ୍କୁ କଚାଡ଼ି ମରିଦେଲା ପୁତୁରା! ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି।

ତିନି ଦିନ ତଳେ କପ୍ତିପଦା ଥାନା ବଡ଼ଝାଡ଼ ଗାଁର ମଙ୍ଗଲା ସିଂ ସହିତ ପୁତୁରା ପିତାମ୍ୱରଙ୍କର ପାଟିତୁଣ୍ଡ ହୋଇଥିଲା। ଆଜି ପୁଣି ଥରେ ବଡ଼ବାପା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଏହି ପାଟିତୁଣ୍ଡ ରୁଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ବାପା ମଙ୍ଗଲାଙ୍କୁ ପିତାମ୍ୱର ଉଠାଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

କପ୍ତିପଦା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ପିତାମ୍ୱର, ବୁଧିଆଙ୍କ ସମତ ଜଣେ ମହିଳାଙ୍କୁ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ପିତାମ୍ୱର ତା’ ବଡ଼ବାପାଙ୍କୁ କଚାଡ଼ି ଦେଇଥିବା ଅଭିଯୋଗ ହେଉଛି।

Related story