ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର):  ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ଏଥିସହ ହବିଷ୍ୟାଳୀ ଯେପରି ସୁରୁଖୁରରେ କାର୍ତ୍ତିକ ବ୍ରତ ପାଳନ କରିବେ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। […]

puri

  • Published: Monday, 10 October 2022
  • , Updated: 10 October 2022, 08:11 AM IST

ପୁରୀ(ଓଡ଼ିଶା ରିପୋର୍ଟର):  ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ଏଥିସହ ହବିଷ୍ୟାଳୀ ଯେପରି ସୁରୁଖୁରରେ କାର୍ତ୍ତିକ ବ୍ରତ ପାଳନ କରିବେ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସେମାନେ ନିଜ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଦେଖାଇ ଆଶ୍ରୟସ୍ଥଳକୁ ଯାଉଛନ୍ତି । ସେପଟେ କିଛି ହବିଷ୍ୟାଳିଙ୍କର ପଞ୍ଜିକରଣପତ୍ର ଥାଇ ମଧ୍ୟ ସେମାନଙ୍କୁ ପଞ୍ଜିକରଣ ତାଲିକାରେ ନାଁ ନ ଥିବା ଅଭିଯୋଗ ହୋଇଛି ।

 ଚଳିତ ବର୍ଷ ୩ ହଜାର ହବିଷ୍ୟାଳିଙ୍କ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ଶିବିରରେ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ମଧ୍ୟରୁ ଅଦ୍ୟାବଧୀ ୨,୯୩୫ଜଣ ପଞ୍ଜୀକରଣ କରି ସାରିଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଯେଉଁମାନଙ୍କର ପଞ୍ଜୀକରଣ ହୋଇନାହିଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରୟାସ କରାଯିବ । କିନ୍ତୁ ପ୍ରଥମେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 ଅପରପକ୍ଷେ,  କାର୍ତ୍ତିକ ପ୍ରଥମ ସୋମବାରରେ ଆଜି ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ଜଳରେ ମହାଦେବଙ୍କୁ ସ୍ନାନ କରାଯାଇଥିଲା ।  ଏହାପରେ ମଙ୍ଗଳଆଳତୀ ହୋଇଥିଲା । ମହାଦେବଙ୍କୁ ଦର୍ଶନ ପାଇଁ ଭୋରରୁ ଦର୍ଶନାର୍ଥୀଙ୍କ ଭିଡ ହୋଇଛି  ।

Related story