ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି।  ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜିଠାରୁ କାର୍ତ୍ତିକ ପୁର୍ଣ୍ଣମୀ […]

puri

  • Published: Thursday, 06 October 2022
  • , Updated: 06 October 2022, 11:23 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି।  ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଆଜିଠାରୁ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି।

ଆଜି ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ଗୋଷାଣୀ ଯାତ୍ରା ରହିଛି। ଗତ ଦୁଇବର୍ଷ ହେବ କରୋନା ଯୋଗୁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଏଥର ବେଶ ଜାକଜମକରେ ପାଳିତ ହେବ। ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଷାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯା‌ଇଛି ।

Related story