ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ରାଜ୍ୟର ୩୧୪ଟି ବ୍ଳକ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ଧାରଣା ଏବଂ ପ୍ରତିବାଦ ସଭା କରାଯିବ। ଏହାସହ ସହରାଞ୍ଚଳରେ ସିଡିଏମ୍ଓ ଏବଂ ଏଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଦଳ ପ୍ରତିବାଦ ସଭା କରିବ। ଶିଶୁଭବନରେ କ୍ରମାଗତ ଶିଶୁମୃତ୍ୟୁ ଘଟଣା ନେଇ ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ସେପଟେ ଏକ ୬ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ କଟକ ଆସୁଛି। ଏହି ଟିମ୍ ୧୫ ଦିନ ରହି ଶିଶୁ ଭବନରେ ପିଲାଙ୍କ ଚିକିତ୍ସା ସହାୟତା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।