ଝରଣାରୁ ପାଣି ନେଉଥିଲେ କାଉଡ଼ିଆ, ହଠାତ୍‌ ମାଡ଼ି ଆସିଲା ପାଣି

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଢାଳିବାକୁ ପ୍ରବଳ ଭିଡ଼ ଜମୁଛି । ହେଲେ ଏକ ଝରଣାରୁ ଶତାଧିକ କାଉଡ଼ିଆ ପାଣି ଉଠାଉଥିବା ବେଳେ ହଠାତ୍‌ ମାଡ଼ି ଆସିଲା ବର୍ଷା ଜଳ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଝରଣା ମଝିରେ ଫସିରହିଲେ କାଉଡ଼ିଆ। ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଛି ଏହି ଅଘଟଣ । ନୃସିଂହନାଥ ମନ୍ଦିର ନିକଟରେ ଥିବା ପାପନାସିନି ଝରଣାରୁ କାଉଡ଼ିଆମାନେ […]

bolangiri

  • Published: Monday, 08 August 2022
  • , Updated: 08 August 2022, 01:17 PM IST

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଢାଳିବାକୁ ପ୍ରବଳ ଭିଡ଼ ଜମୁଛି । ହେଲେ ଏକ ଝରଣାରୁ ଶତାଧିକ କାଉଡ଼ିଆ ପାଣି ଉଠାଉଥିବା ବେଳେ ହଠାତ୍‌ ମାଡ଼ି ଆସିଲା ବର୍ଷା ଜଳ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଝରଣା ମଝିରେ ଫସିରହିଲେ କାଉଡ଼ିଆ। ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଛି ଏହି ଅଘଟଣ । ନୃସିଂହନାଥ ମନ୍ଦିର ନିକଟରେ ଥିବା ପାପନାସିନି ଝରଣାରୁ କାଉଡ଼ିଆମାନେ ପାଣି ଉଠାଇବା ବେଳେ ଘଟିଛି ଏପରି ଛାତିଥରା ଘଟଣା। ।

ସୂଚନା ଅନୁଯାୟୀ, ପାପନାସିନି ଝରଣାରୁ ପାଣି ନେବା ପାଇଁ କାଉଡ଼ିଆଙ୍କ ଅସମ୍ଭବ ଭିଡ଼ ହୋଇଥିଲା। ଉକ୍ତ ସମୟରେ ଝରଣାରେ ସାମାନ୍ୟ ପାଣି ଥିବା ବେଳେ କାଉଡ଼ିଆମାନେ ମଝିକୁ ତଥା ଝରଣା ଆର ପଟକୁ ପଳାଇ ଯାଇଥିଲେ। ମାତ୍ର ହଠାତ୍‌ କ୍ଷୀପ୍ର ବେଗ୍‌ରେ ମାଡ଼ି ଆସିଲା ବର୍ଷା ପାଣି। ଉଛୁଳିବାକୁ ଲାଗିଲା ଝରଣା। ଫଳରେ ଝରଣା ମଝିରେ ତଥା ଅପରପାର୍ଶ୍ୱରେ ଥିବା କାଉଡିଆ ଚିତ୍କାର କରିବାକୁ ଲାଗିଲେ।

ଏପରିକି ସୁରକ୍ଷାରେ ଉଦ୍ଧାର ପାଇଁ ବହୁ କାଉଡ଼ିଆ ନିବେଦନ କରିବାକୁ ଲାଗିଲେ। ହେଲେ ପରସ୍ପର ହାତ ଧରା ଧରି ହୋଇ କିଛି କ୍ଷଣ ମଧ୍ୟରେ ସମସ୍ତ କାଉଡିଆ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିବାରେ ସକ୍ଷମ ହୋଇଥିଲେ।

Related story