କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୬ଟି ଜିଲ୍ଲାକୁ ଜାତୀୟ ଉଦ୍ୟାନ କୃଷି ମିଶନରେ ସାମିଲ ଦାବି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ କୃଷିର ଉନ୍ନତି ନେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟର ୬ଟି ଜିଲ୍ଲାକୁ ଜାତୀୟ ଉଦ୍ୟାନ କୃଷି ମିଶନରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହା ସହିତ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ ବୃଦ୍ଧି କରିବାକୁ ବି ସେ ଦାବି ଜଣାଇଥିଲେ। ସାକ୍ଷାତକାର […]

chiefministernaveen

Rakesh Mallick
  • Published: Monday, 11 May 2015
  • , Updated: 11 May 2015, 02:34 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ କୃଷିର ଉନ୍ନତି ନେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟର ୬ଟି ଜିଲ୍ଲାକୁ ଜାତୀୟ ଉଦ୍ୟାନ କୃଷି ମିଶନରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହା ସହିତ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ ବୃଦ୍ଧି କରିବାକୁ ବି ସେ ଦାବି ଜଣାଇଥିଲେ।

ସାକ୍ଷାତକାର ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଥିଲେ ଯେ ଓଡ଼ିଶାର ୬ଟି ସ୍ଥାନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସହଯୋଗ କରାଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ ସାର ଯୋଗାଇ ଦିଆଯିବ। ସେହିପରି ରାଜ୍ୟର ଆଖୁ ଚାଷୀମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ଓ ପୃଥକ ଭାବେ ସାହାଯ୍ୟ କରାଯିବ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ମେ’୮ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀ କୋରାପୁଟ, ପୁରୀ, ବାଲେଶ୍ୱର, ବାରିପଦା ଓ ବଲାଙ୍ଗୀରରେ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଭିତ୍ତିରେ ୧୮୭୩ କୋଟି ଟଙ୍କା ପ୍ରଦାନ କରିବାକୁ ବି ଦାବି କରିଥିଲେ। କଟକ ସ୍ଥିତ ମେଣ୍ଟାଲ ହେଲଥ୍ ସେଣ୍ଟରର ଉନ୍ନତୀକରଣ ପାଇଁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଜଣାଇଥିଲେ। ଏହି ସେଣ୍ଟରକୁ ସୁପର ସ୍ପେଶାଲିଟି କରିବା ପାଇଁ ସେ କହିଥିଲେ। ସମ୍ବଲପୁରରେ ଡ୍ରଗ୍ସ ଟେଷ୍ଟ ଲାବୋରଟୋରୀ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଜଣାଇଥିଲେ।

Related story