କେନ୍ଦ୍ର ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ବ୍ୟାଙ୍କ ସହ ଏଟିଏମ୍ ଖୋଲିବ: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ବ୍ୟାଙ୍କ ସହ ଏଟିଏମ୍ ଖୋଲିବ। ଏହାସହ ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବେ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ରାଜ୍ୟରେ ଶିକ୍ଷାନୁଷ୍ଠାନ, ମେଡିକାଲ୍ କଲେଜ ପାଇଁ କେନ୍ଦ୍ର ସହାୟତା ଯୋଗାଇ ଦେବ ବୋଲି ସିହ୍ନା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

cm

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 05:09 PM IST

ଭୁବନେଶ୍ୱର: କେନ୍ଦ୍ର ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ବ୍ୟାଙ୍କ ସହ ଏଟିଏମ୍ ଖୋଲିବ। ଏହାସହ ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବେ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା।

ରାଜ୍ୟରେ ଶିକ୍ଷାନୁଷ୍ଠାନ, ମେଡିକାଲ୍ କଲେଜ ପାଇଁ କେନ୍ଦ୍ର ସହାୟତା ଯୋଗାଇ ଦେବ ବୋଲି ସିହ୍ନା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଏସଟି ବିଲ ରାଜ୍ୟସଭାରେ ପାସ ନ ହେବା ନେଇ କଂଗ୍ରେସକୁ ଦାୟୀ କରିଥିଲେ ଜୟନ୍ତ ସିହ୍ନା। କଂଗ୍ରେସ ଜାଣିଶୁଣି ରାଜ୍ୟସଭା ଚଲେଇ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ଆସନ୍ତା ବଜେଟ ଅଧିବେଶନରେ ଜିଏସଟି ବିଲ ପାସ ହେବ ବୋଲି ଶ୍ରୀ ସିହ୍ନା ଆଶାବ୍ୟକ୍ତ କରିଛନ୍ତି। ବିଜେଡି ଜିଏସଟି ବିଲକୁ ସମର୍ଥନ ଦେଉଥିବା ସେ କହିଛନ୍ତି। ତେବେ ଜିଏସଟି ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।

Related story