କେନ୍ଦ୍ର ସରକାରଙ୍କ ରିଭର ରେଗୁଲେସନ ଜୋନ୍‌ ଚିଠା ବିଜ୍ଞପ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ରିଭର ରେଗୁଲେସନ ଜୋନ୍‌ ଚିଠା ବିଜ୍ଞପ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ନବୀନ ଚିଠିରେ ଦର୍ଶାଇଛନ୍ତି। ଚିଠା ବିଜ୍ଞପ୍ତି ଅନୁଯାୟୀ ନଦୀ ସଂଲଗ୍ନ ଏବଂ ବନ୍ୟା ପ୍ଲାବିତ ଅଞ୍ଚଳକୁ ନଦୀ ସଂରକ୍ଷଣ ଜୋନ୍‌ ଭାବେ ଘୋଷଣା କରାଯିବ। ଏଥିସହ ଏହି ଜୋନ୍‌ରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଉପରେ କଟକଣା ରହିବ। ନବୀନ […]

navin

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 04:50 PM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ରିଭର ରେଗୁଲେସନ ଜୋନ୍‌ ଚିଠା ବିଜ୍ଞପ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ନବୀନ ଚିଠିରେ ଦର୍ଶାଇଛନ୍ତି।

ଚିଠା ବିଜ୍ଞପ୍ତି ଅନୁଯାୟୀ ନଦୀ ସଂଲଗ୍ନ ଏବଂ ବନ୍ୟା ପ୍ଲାବିତ ଅଞ୍ଚଳକୁ ନଦୀ ସଂରକ୍ଷଣ ଜୋନ୍‌ ଭାବେ ଘୋଷଣା କରାଯିବ। ଏଥିସହ ଏହି ଜୋନ୍‌ରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଉପରେ କଟକଣା ରହିବ।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, “ଓଡ଼ିଶାରେ ୧୨ ହଜାର କି.ମି.ର ନଦୀଶଯ୍ୟା ରହିଛି। ପ୍ରସ୍ତାବିତ ବିଜ୍ଞପ୍ତି ଅନୁସାରେ ନଦୀ ସଂଲଗ୍ନ ଓ ବନ୍ୟା ପ୍ଲାବିତ ଅଞ୍ଚଳର ଉଭୟ ପାର୍ଶ୍ୱର ପ୍ରାୟ ୪.୫ରୁ ୪ କି.ମି. ପର୍ଯ୍ୟନ୍ତ ନଦୀ ସଂରକ୍ଷଣ ଜୋନ୍‌ ଅଧୀନକୁ ଚାଲିଯିବ। ଏହାଦ୍ୱାରା ଓଡ଼ିଶାର ୧୫୬,୦୦୦ ବର୍ଗ କି.ମି. ଅଞ୍ଚଳରୁ ୧୦୮,୦୦୦ ବର୍ଗ କି.ମି. ପ୍ରଭାବିତ ହେବ।”

ତରବରିଆ ଭାବେ ଏହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ ନ କରି ଏ ପ୍ରସଙ୍ଗରେ ରାଜ୍ୟଗୁଡିକ ସହ ବିସ୍ତୃତ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related story