ଲକଡାଉନ୍‌ ସମୟରେ କଟକଣା କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଲକଡାଉନ୍‌ ସମୟରେ ସରକାରଙ୍କ ଗାଇଡ ଲାଇନକୁ କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜିଲ୍ଲାରେ ସକାଳ ୭ ଟାରୁ ୧୧ ଟା ଯାଏ ଦୋକାନ ବଜାର ଖୋଲିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଆଜିଠୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ନିର୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ମଲ୍‌ , ଶିକ୍ଷାନୁଷ୍ଠାନ, ଜିମ୍, ମଦ ଦୋକାନ […]

kendra-2--1

Niharika Rout
  • Published: Thursday, 07 May 2020
  • , Updated: 07 May 2020, 11:24 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଲକଡାଉନ୍‌ ସମୟରେ ସରକାରଙ୍କ ଗାଇଡ ଲାଇନକୁ କୋହଳ କଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜିଲ୍ଲାରେ ସକାଳ ୭ ଟାରୁ ୧୧ ଟା ଯାଏ ଦୋକାନ ବଜାର ଖୋଲିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ।

ତେବେ ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଆଜିଠୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ନିର୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ମଲ୍‌ , ଶିକ୍ଷାନୁଷ୍ଠାନ, ଜିମ୍, ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି। ସେହିଭଳି ହୋଟେଲ ଓ ଜଳଖିଆ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି । କୌଣସି ଦୋକାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story