କେନ୍ଦ୍ରାପଡା ସାଂସଦଙ୍କ ହସ୍ତକ୍ଷେପ ପରେ ଓମାନରୁ ଫେରିଲେ ୭ ଯୁବକ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓମାନରୁ ୭ଜଣ ଯୁବକ ଘରକୁ ଫେରିଛନ୍ତି। ଉଦ୍ଧାର ଯୁବକମାନେ ପଟ୍ଟାମୁଣ୍ଡାଇ, ଡେରାବିଶ ଓ ମାହାଙ୍ଗା ଅଞ୍ଚଳର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଖଦାଳ ସାହିର ଦୁଇଜଣ ଯୁବକ ପ୍ରକାଶ ଘଡ଼ାଇ ଓ ପ୍ରଦୀପ ଘଡ଼ାଇ କାମଧନ୍ଦା ଆଶାରେ ଏଜେଣ୍ଟ ମାଧ୍ୟମରେ ଓମାନ୍ ଯାଇଥିଲେ। ହେଲେ ସେଠାରେ କାମ ନ ପାଇ ଦୁଇଦିନ ଉପବାସ ରହିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏ ନେଇ କେନ୍ଦ୍ରାପଡ଼ା ସାଂସଦଙ୍କୁ ଜଣାଇବା […]

oman

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 06:10 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓମାନରୁ ୭ଜଣ ଯୁବକ ଘରକୁ ଫେରିଛନ୍ତି। ଉଦ୍ଧାର ଯୁବକମାନେ ପଟ୍ଟାମୁଣ୍ଡାଇ, ଡେରାବିଶ ଓ ମାହାଙ୍ଗା ଅଞ୍ଚଳର।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଖଦାଳ ସାହିର ଦୁଇଜଣ ଯୁବକ ପ୍ରକାଶ ଘଡ଼ାଇ ଓ ପ୍ରଦୀପ ଘଡ଼ାଇ କାମଧନ୍ଦା ଆଶାରେ ଏଜେଣ୍ଟ ମାଧ୍ୟମରେ ଓମାନ୍ ଯାଇଥିଲେ। ହେଲେ ସେଠାରେ କାମ ନ ପାଇ ଦୁଇଦିନ ଉପବାସ ରହିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏ ନେଇ କେନ୍ଦ୍ରାପଡ଼ା ସାଂସଦଙ୍କୁ ଜଣାଇବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ସାଂସଦ ପଣ୍ଡାଙ୍କ ପ୍ରଚେଷ୍ଟରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଶେଷରେ ଏମାନଙ୍କୁ ସହ ଓମାନରେ ନିର୍ଯାତନାର ଶିକାର ହୋଇଥିବା ଡେରାବିଶ ଓ ମାହାଙ୍ଗ। ଅଞ୍ଚଳର ଅନ୍ୟ ୫ଜଣ ଯୁବକଙ୍କୁ ସୁରକ୍ଷିତ ସେଠାରୁ ଫେରାଇ ଅଣାଯାଇଛି।

Related story