କେନ୍ଦ୍ରାପଡ଼ାରେ ମୂଷା ମଡ଼କ ଘଟଣା: ଧାନ, ମୁଗ ଓ ପାଣିର ନମୁନା ସଂଗ୍ରହ କଲା ଓୟୁଏଟି ଟିମ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଳିରାଜ ଗାଁରେ  ମୂଷା ମଡ଼କ ଘଟଣାର ପ୍ରକୃତ କାରଣ ଜଣାପଡ଼ି  ନ ଥିବା ବେଳେ ବୁଧବାର ଓୟୁଏଟିର ପ୍ରଫେସର ବ୍ରଜକିଶୋର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ସେଠକୁ ଯାଇ ଧାନ, ମୁଗ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି। ଏହି ଟିମ୍ ଗାଁ ଲୋକଙ୍କ ସହ ଆଲୋଚନା କରି  ଭୟଭୀତ ନ ହେବାକୁ  କହିଛନ୍ତି। ମୂଷାର ସଂଗୃହୀତ ନମୁନାକୁ ବରେଲି ଆଇଭିଆର୍‌ଆଇକୁ ପଠାଯିବ ବୋଲି ଜଣାପଡ଼ିଛି। ଗତ ୨୧ ତାରିଖଠାରୁ  ବଳିରାଜ […]

musa

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 12:26 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଳିରାଜ ଗାଁରେ  ମୂଷା ମଡ଼କ ଘଟଣାର ପ୍ରକୃତ କାରଣ ଜଣାପଡ଼ି  ନ ଥିବା ବେଳେ ବୁଧବାର ଓୟୁଏଟିର ପ୍ରଫେସର ବ୍ରଜକିଶୋର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ସେଠକୁ ଯାଇ ଧାନ, ମୁଗ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି। ଏହି ଟିମ୍ ଗାଁ ଲୋକଙ୍କ ସହ ଆଲୋଚନା କରି  ଭୟଭୀତ ନ ହେବାକୁ  କହିଛନ୍ତି।

ମୂଷାର ସଂଗୃହୀତ ନମୁନାକୁ ବରେଲି ଆଇଭିଆର୍‌ଆଇକୁ ପଠାଯିବ ବୋଲି ଜଣାପଡ଼ିଛି। ଗତ ୨୧ ତାରିଖଠାରୁ  ବଳିରାଜ ଓ ଆଖପାଖ ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଭାବେ  ମୂଷା ମରିବାରେ ଲାଗିଛନ୍ତି। ମଲା ମୂଷାକୁ ଖାଇ କେତେକ ସ୍ଥାନରେ ବିଲେଇ ଓ ସାପ ମଧ୍ୟ ମରିବାର ଦେଖାଯାଇଥିଲା।

Related story