କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡା: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣା ପ୍ରତିବାଦରେ କେନ୍ଦ୍ରାପଡ଼ାରେ ବିଜେପି ଧାରଣା ଦିଆଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ବିଜେପି କର୍ମୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବିଜେପି କର୍ମୀମାନେ ସ୍ୱାସ୍ଥ୍ୟମନ୍ତ୍ରୀ ସବ୍ୟସାଚି ନାୟକଙ୍କ କୁଶପୁତ୍ତଳିକାରେ ଜୋତା ମାଳ ପିନ୍ଧାଇଥିଲେ । ଏପରି କି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ନିଆଁ ଲଗାଇ ତାକୁ ଦାହ କରିଥିଲେ । ପରେ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସିଡିଏମ୍ଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।