ଦେଶୀବାବୁ ଇଂଲିଶ ମେମ୍‌: ନାଇଜେରିଆ ଝିଅ ମଥାରେ ନାଲି ଓଢଣୀ

କେନ୍ଦ୍ରାପଡ଼ା: ପ୍ରେମ ମାନେନି ବାଧା କି ବନ୍ଧନ। ପ୍ରେମ ଆଗରେ ସବୁ କିଛି ତୁଚ୍ଛ। ନିଜ ଭଲପାଇବାକୁ ସ୍ୱୀକୃତି ଦେବାକୁ ସାତ ଦରିଆ ତେର ନଈ ଡେଇଁବାକୁ ପଛାଇ ନାହାନ୍ତି ପ୍ରେମୀଯୁଗଳ। ଠିକ ଏମିତି କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ପୋଦନା ଗାଁରେ। ଅମୀୟ ପରିଡ଼ା ଚାକିରି କରିବାକୁ ନାଇଜେରିଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ରହଣୀ ସମୟରେ ପରଦେଶୀ ଚଢେଇ ୟୁଗୋରଜିଙ୍କ ସହିତ ବନ୍ଧୁତା ସମ୍ପର୍କ […]

naijaria

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 10:30 PM IST

କେନ୍ଦ୍ରାପଡ଼ା: ପ୍ରେମ ମାନେନି ବାଧା କି ବନ୍ଧନ। ପ୍ରେମ ଆଗରେ ସବୁ କିଛି ତୁଚ୍ଛ। ନିଜ ଭଲପାଇବାକୁ ସ୍ୱୀକୃତି ଦେବାକୁ ସାତ ଦରିଆ ତେର ନଈ ଡେଇଁବାକୁ ପଛାଇ ନାହାନ୍ତି ପ୍ରେମୀଯୁଗଳ। ଠିକ ଏମିତି କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ପୋଦନା ଗାଁରେ।

ଅମୀୟ ପରିଡ଼ା ଚାକିରି କରିବାକୁ ନାଇଜେରିଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ରହଣୀ ସମୟରେ ପରଦେଶୀ ଚଢେଇ ୟୁଗୋରଜିଙ୍କ ସହିତ ବନ୍ଧୁତା ସମ୍ପର୍କ କଲେ ଅମୀୟ। ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହେଲା। କିନ୍ତୁ ଅମୀୟଙ୍କ ପରିବାର ଲୋକେ ଏଥିରେ ରାଜି ନଥିଲେ। ବୁଝାଶୁଝା ପରେ ରାଜି ହେବାରୁ ଉଭୟ କେନ୍ଦ୍ରାପଡା ଆସିଥିଲେ। ଆଜି ତିନିମୁହାଣି ରାମ ମନ୍ଦିରରେ ବନ୍ଧୁ, ପରିଜନ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅମୀୟଙ୍କ ସାଙ୍ଗଙ୍କ ବାପା କନ୍ୟାପିତା ସାଜି କନ୍ୟା ଦାନ କରିଥିଲେ। ଖୁବ୍‌ ଜାକଜମକରେ ଭୋଜି ହୋଇଥିଲା। ଶେଷରେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଉପସ୍ଥିତ ସମସ୍ତ ପରିଜନ। ସେପଟେ ଏହି ବିବାହକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିବା ସହ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ କାମନା କରିଛନ୍ତି।

Related story