ନୀରବତା ଭାଙ୍ଗିଲେ ଅନୁଭବ, ଜାରି କଲେ ପ୍ରେସ୍‌ ରିଲିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି ଅନୁଭବ। ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। […]

Anubhav-Mohanty

Manoranjan Sial
  • Published: Sunday, 06 September 2020
  • , Updated: 06 September 2020, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି ଅନୁଭବ।

ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଉଭୟଙ୍କ ସାମାଜିକ ପ୍ରତିଷ୍ଠା ଥିବା କାରଣରୁ ସେ ଓ ତାଙ୍କ ପରିବାର ପକ୍ଷରୁ ବିବାଦର ଆପୋଷ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଏଥିରେ ବିଫଳ ହେବାରୁ କୋର୍ଟରେ ଛାଡ଼ପତ୍ର ପିଟିସିନ୍‌ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ଦର୍ଶାଇଛନ୍ତି ଅନୁଭବ।

ଜୁଲାଇ ୨୦୨୦ରେ ସେ ବିବାଦ ବିଚ୍ଛେଦ ପାଇଁ ପିଟିସନ ଦାଏର କରିଥିଲେ। ଏବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଅଧିକ କିଛି ଠିକ୍ କହିବା ହେବନି ବୋଲି ଅନୁଭବ ପ୍ରେସ ବିଜ୍ଞପ୍ତି ଜରିଆରେ ମତ ରଖିଛନ୍ତି।

Related story