‘ଓଟିଭି’କୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ‘ଓଟିଭି’କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍ । କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି  ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି । ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ  ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ […]

anubhab123

Tapas Behera
  • Published: Monday, 17 August 2020
  • , Updated: 17 August 2020, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ‘ଓଟିଭି’କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍ । କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି  ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି । ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ  ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି । ସେହିପରି ତାଙ୍କ ପଦକ୍ଷେପର ଆଧାର ସଂପର୍କରେ ବି  ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ରାପଡ଼ାରେ ଓଟିଭି ପ୍ରତିନିଧି ମନୋଜ ସ୍ବାଇଁଙ୍କୁ ଦୁର୍ବବ୍ୟବହାର ଓ ନିଜ  ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ ସଂପର୍କିତ ଖବର ପ୍ରସାରଣ ଭଳି ଅନ୍ୟାନ୍ୟ  ପ୍ରସଙ୍ଗ ସେ ଏଥିରେ ଉଲ୍ଲେଖ କରିଛନ୍ତି।  ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଖବର ଗତବର୍ଷ ନଭେମ୍ବର ୫ ତାରିଖରେ  ଓ ଜାଲ୍ ସାର୍ଟିଫିକେଟ୍ ଖବର ଗତ ଫେବ୍ରୁଆରୀ ୨ ତାରିଖରେ ପ୍ରସାରିତ ହୋଇଥିଲା।

Related story