ବାର୍ଦ୍ଧକ୍ୟର ଭାରାକ୍ରାନ୍ତ ଭରତ: କଷ୍ଟ ବଢ଼ାଉଛନ୍ତି ତିନି ମାନସିକ ଆକ୍ରାନ୍ତ ସନ୍ତାନ

କେନ୍ଦ୍ରାପଡ଼ା: ବାର୍ଦ୍ଧକ୍ୟ ଯନ୍ତ୍ରଣାଦାୟକ। ବଦଳି ଯାଇଛି ଜୀବନ ଜିଇଁବାର ଧାରା। ଯେଉଁ ବୟସରେ ପିଲାଙ୍କଠାରୁ ଆଶ୍ରା ପାଇବା କଥା ସେହି ବୟସରେ ତାଙ୍କ ହାତକୁ ଅନାଇ ବସିଛନ୍ତି ୩ ମାନସିକ ଦୁର୍ବଳ ବ୍ୟକ୍ତି। ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ୬୫ ବର୍ଷ ବୟସରରେ ମୂଲମଜୁରି କରି ପରିବାର ଚଳାଉଛନ୍ତି। ଏମିତି ଏକ ପରିବାରର କାହାଣୀ ନଜରକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଗାଁରୁ। ଅବସ୍ଥା ଏପରି ଯେ ଦେଖିଲେ ଧୈର୍ଯ୍ୟ ରହିବନି। ଅହମ୍ମଦପୁର […]

kendrapara-poor-man

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 03:26 PM IST

କେନ୍ଦ୍ରାପଡ଼ା: ବାର୍ଦ୍ଧକ୍ୟ ଯନ୍ତ୍ରଣାଦାୟକ। ବଦଳି ଯାଇଛି ଜୀବନ ଜିଇଁବାର ଧାରା। ଯେଉଁ ବୟସରେ ପିଲାଙ୍କଠାରୁ ଆଶ୍ରା ପାଇବା କଥା ସେହି ବୟସରେ ତାଙ୍କ ହାତକୁ ଅନାଇ ବସିଛନ୍ତି ୩ ମାନସିକ ଦୁର୍ବଳ ବ୍ୟକ୍ତି। ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ୬୫ ବର୍ଷ ବୟସରରେ ମୂଲମଜୁରି କରି ପରିବାର ଚଳାଉଛନ୍ତି। ଏମିତି ଏକ ପରିବାରର କାହାଣୀ ନଜରକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଗାଁରୁ। ଅବସ୍ଥା ଏପରି ଯେ ଦେଖିଲେ ଧୈର୍ଯ୍ୟ ରହିବନି।

ଅହମ୍ମଦପୁର ଗାଁର ଭରତ ମଲ୍ଲିକ। ଛଣଛପର ନୁଆଁଣିଆ ଘର। ସେହି ଘରେ ବିତୁଛି ଭରତଙ୍କ ଜୀବନ। ପରିବାର କହିଲେ ପତ୍ନୀଙ୍କ ସମେତ ୪ ପିଲା। ମୂଲ ମଜୁରି କରି ଯାହା ଉପାଆର୍ଜନ କରନ୍ତି ସେଥିରେ ପରିବାର ଚଳେ। ଦୁଃଖ କଷ୍ଟ ହେଲେ ମଧ୍ୟ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପଛାଇ ନାହାନ୍ତି। କିନ୍ତୁ ଦଇବର ବିଚାର ଅନ୍ୟ କିଛି ଥିଲା। ଆଇଟିଆଇ ପାଠ ପଢ଼ୁଥିବା ବେଳେ ବଡ଼ ପୁଅର ମୁଣ୍ଡ ଖରାପ ହୋଇଗଲା। କେଉଁଆଡେ ଯାଇଛି ଯେ, ଆଉ ଫେରିନାହିଁ। ଚାରିଆଡେ ଖୋଜିଲେ ମଧ୍ୟ ପାଉ ନାହାନ୍ତି ଭରତ। ସେହିପରି ଭରତଙ୍କ ଅନ୍ୟ ୩ ପିଲା ମଧ୍ୟ ପାଠ ପଢ଼ୁଥିବା ବେଳେ ୧୨ରୁ ୧୪ ବର୍ଷ ବୟସରେ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବାର୍ଦ୍ଧକ୍ୟରେ ସେମାନଙ୍କ ବୋଝ ବୋହୁଛନ୍ତି ଭରତ। କଷ୍ଟ ହେଲେ ମଧ୍ୟ ଦୁଃଖ କାହାକୁ କହିପାରୁ ନାହାନ୍ତି। ଭରତଙ୍କ ଏହି ଦୁଃଖ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ନିଜର ଦୁଃଖ କହୁଥିବା ବେଳେ ତାଙ୍କ ଆଖି ଲୁହରେ ଭରି ଯାଉଥିଲା।

ଗରିବଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏହି ଯୋଜନା ଗରିବଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାଫଳରେ ସେମାନଙ୍କ ଆର୍ଥିକ ସ୍ଥିତିର ଉନ୍ନତି ହେଉନାହିଁ। ଭରତ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ।

Related story