ଅନ୍ତର୍ଦ୍ଧାନର ୫ ବର୍ଷ ପରେ ବେଦୀରେ ଉଭା ହେଲେ ବିବାହିତ ଝିଅ: ତା’ପରେ କଣ ହେଲା?

Ordigital Desk
  • Published: Wednesday, 31 January 2018
  • , Updated: 31 January 2018, 10:35 PM IST
<p>କେନ୍ଦ୍ରାପଡ଼ା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମହିଳା। ଏଥିପାଇଁ ମହିଳାଙ୍କ ସ୍ୱାମୀ ଓ ଦେଢ଼ଶୁରଙ୍କୁ ଜେଲ ଯିବାକୁ ପଡ଼ିଥିଲା। ୩ ମାସ ରହିବା ପରେ ବେଲ୍&zwnj;ରେ ଜେଲରୁ ବାହାରିଲେ। ଏବେ ମାମଲା ବିଚାରାଧୀନ ରହିଛି। ଏହା ମଧ୍ୟରେ ଦୀର୍ଘ ୫ ବର୍ଷ ବିତି ଯାଇଛି। ସମସ୍ତଙ୍କୁ ଚକିତ କରି ଅନ୍ତର୍ଦ୍ଧାନ ହୋଇଯାଇଥିବା ମହିଳା ସାମ୍ନାକୁ ଆସିଛନ୍ତି। ତାହା ପୁଣି ବିବାହ ବେଦୀ ଉପରେ। ଆଉ କାହାର ବାହାଘରରେ ବେଦୀ ପାଖରେ ବସି ନାହାନ୍ତି। ନିଜେ କନିଆ ସାଜି ଅନ୍ୟ ଜଣଙ୍କୁ ବାହା ହେଉଛନ୍ତି। ପଛରେ ଛାଡ଼ି ଆସିଥିବା ଦୁଇ ପୁଅଙ୍କ ଭବିଷ୍ୟତ କ&rsquo;ଣ ହେବ ସେ କଥା ମଧ୍ୟ ଚିନ୍ତା କରିନାହାନ୍ତି। ଏପରି ଘଟଣା ଲୋକଲୋଚନକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ତେବେ ଠିକ୍&zwnj; ସମୟରେ ସ୍ୱାମୀଙ୍କ ଅଭିଯୋଗ ପରେ ଏହି ମହିଳାଙ୍କ ଦ୍ୱିତୀୟ ବିବାହ ମସୁଧା ଫସର ଫାଟି ଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ଆସି ବାହା ବେଦୀରୁ ମହିଳାଙ୍କୁ ଉଠାଇ ନେଇଛି। ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।</p> <p>ଘଟଣାଟି ହେଉଛି ଏମିତି। ଖଣ୍ଡେଇପଡ଼ା ଗାଁର ମମତା ମଳିକ। ସ୍ୱାମୀ ରାଜସ୍ଥାନରେ କାମ କରୁଥିବା ବେଳେ ଘରେ ଦୁଇ ପିଲାଙ୍କ ସହ ରହୁ ଥିଲେ। ୫ ବର୍ଷ ତଳେ ସଂସାରକୁ ପର କରି ମମତା କୁଆଡ଼େ ଉଭାନ ହୋଇଗଲେ। ଆଉ ଫେରିଲେ ନାହିଁ। ଦୁଇ ପୁଅ ମାଆର ଫେରିବା ବାଟକୁ ଚାହିଁ ରାହା ଧରି କାନ୍ଦୁଥିଲେ। ଏ ନେଇ ମମତାଙ୍କ ଦେଢ଼ଶୁର ମାଧବ ମଳିକ ଥାନାରେ ଏତଲା ଦେଇଥିଲେ। ଖବର ପାଇ ସ୍ୱାମୀ ମୀନକେତନ ରାଜସ୍ଥାନରୁ ଘରେ ଅସି ପହଞ୍ଚିଥିଲେ। ସ୍ତ୍ରୀଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଅନ୍ୟପକ୍ଷରେ ମମତାଙ୍କୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ମୀନକେତନ ଓ ଦେଢ଼ଶୂର ମାଧବଙ୍କୁ ଗିରଫ କରିଥିଲା।</p> <p>ଅନ୍ତର୍ଦ୍ଧାନ ହେବାର ୫ ବର୍ଷ ପରେ ଆବିର୍ଭାବ ହେଲେ ମମତା। କିଛିଦିନ ତଳେ ସେ ନିଜ ବାପଘର ଗାଁ ତେରେହିରେ ପହଞ୍ଚିଲେ। ଏବେ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ଏକ ମନ୍ଦିରରେ ତାଙ୍କର ବାହାଘର ହେଉଥିଲା। ଯାହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ମୀନକେତନ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକ ଓ ମମତାଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।</p> <p>ନିଖୋଜ ମମତା ଜୀବିତ ଥିବା ଜେଣାପଡ଼ିବା ପରେ ଏବେ ରାଜନଗର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କିଛି ଖୋଳତାଡ଼ ନକରି କେମିତି ମୀନକେତନ ଓ ତାଙ୍କ ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ ପଠାଇଥିଲା ପୋଲିସ୍, ତାହା ଏବେ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ଉଠିବାରେ ଲାଗିଛି। ଏଥିପାଇଁ ଦାୟୀ କିଏ? ଆଉ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ।</p>

Related story