କେନ୍ଦୁଝର: ବଡ଼ବିଲ୍‌ରେ ଡେଙ୍ଗୁ ଆତଙ୍କ, ୩୦ ଆକ୍ରାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର ୪ନମ୍ୱର ଓ ୧୧ ନମ୍ୱର ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଗତ ୩ଦିନ ମଧ୍ୟରେ ଏହି ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ୨୫୩ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୩୦ଜଣଙ୍କର ପଜିଟିଭ ବାହାରିଛି। ଡେଙ୍ଗୁକୁ ନେଇ  ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବଡବିଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରକ୍ତ ନମୂନା ପରୀକ୍ଷା ବ୍ୟବସ୍ଥା ନଥିବା ବେଳେ ବହୁ ରୋଗୀ ବାହାରେ ରକ୍ତ ପରୀକ୍ଷା କରାଉଛନ୍ତି। […]

badbil

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 01:25 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର ୪ନମ୍ୱର ଓ ୧୧ ନମ୍ୱର ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଗତ ୩ଦିନ ମଧ୍ୟରେ ଏହି ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ୨୫୩ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୩୦ଜଣଙ୍କର ପଜିଟିଭ ବାହାରିଛି। ଡେଙ୍ଗୁକୁ ନେଇ  ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବଡବିଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରକ୍ତ ନମୂନା ପରୀକ୍ଷା ବ୍ୟବସ୍ଥା ନଥିବା ବେଳେ ବହୁ ରୋଗୀ ବାହାରେ ରକ୍ତ ପରୀକ୍ଷା କରାଉଛନ୍ତି। କେନ୍ଦୁଝରରୁ ଦୁଇଟି ମେଡିକାଲ ଟିମ୍‌ ଯାଇ ବଡ଼ବିଲରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି।

ଜିଲ୍ଲାପାଳ ଡା. ଏ ନ ତିରୁମାଳା ନାଏକ କହିଛନ୍ତି,“ ବିଭିନ୍ନ ୱାର୍ଡରେ ଜମି ରହିଥିବା ଡ୍ରେନ୍‌ ପାଣି ସଫା କରିବା ପାଇଁ କୁହାଯାଇଛି। ପ୍ରଶାସନ ଏହାକୁ ଗୁରୁତର ସହ ନେଇ କିପରି ଡେଙ୍ଗୁକୁ ରୋକା ଯାଇପାରିବ ସେଥିପ୍ରତି ସମସ୍ତ ପଦକ୍ଷେପ ନିଆଯାଉଛି।”

Related story