କେନ୍ଦୁଝର: ବେଲବାହାଳିରେ ସଶସ୍ତ୍ର ଡକାୟତି, ଜଣେ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳିରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ଗାଁର ଉଛବ ସାହୁଙ୍କ ଘରୁ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହିତ ୧୦ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତଙ୍କ ଆକ୍ରମଣରେ ଆହତ ଉଛବଙ୍କ ପତ୍ନୀ ପ୍ରତିମାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘସିପୁରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ଉଛବ ସାହୁ କହିଛନ୍ତି,“ରାତି […]

dakayati

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 04:26 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳିରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ଗାଁର ଉଛବ ସାହୁଙ୍କ ଘରୁ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହିତ ୧୦ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତଙ୍କ ଆକ୍ରମଣରେ ଆହତ ଉଛବଙ୍କ ପତ୍ନୀ ପ୍ରତିମାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘସିପୁରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।

ଉଛବ ସାହୁ କହିଛନ୍ତି,“ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଆଠ ଦଶ ଜଣ ଡକାୟତ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ମୁଁ ଶୋଇଥିଲି। ସେମାନେ ମୋ ବେକରେ ଭୁଜାଲି ଓ ବନ୍ଧୁକ ରଖି ମୁହଁ ତଳକୁ କରିବାକୁ କହିଥିଲେ। ମୋ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ। ଗୋଡ଼ହାତ ବି ବାନ୍ଧି ଦେଇଥିଲେ। ସେମାନେ ସୁନା ଦଶ ବାର ଭରି ଓ ନଗଦ ୫ ଲକ୍ଷ ଟଙ୍କା ସହିତ କିଛି ଜିନିଷପତ୍ର ଲୁଟି ନେଇ ଯାଇଥିଲେ। ମୋ ସ୍ତ୍ରୀ ବିରୋଧ କରିବାରୁ ତାର ମୁଣ୍ଡ ଓ ଦୁଇ ହାତକୁ ହାଣି ଦେଇଥିଲେ।”

ଆହତ ପ୍ରତିମା କହିଛନ୍ତି,“ବନ୍ଧୁକ ଦେଖାଇ ମାରପିଟ୍ କରି ସବୁ ନେଇଗଲେ। ମୁଁ ପିନ୍ଧିଥିବା ସୁନାଗହଣା ବି ଛଡ଼ାଇ ନେଇଗଲେ। ମୋତେ ଆଲମିରା ଚାବି ମାଗିଥିଲେ। ମୁଁ ଚାବି ଦେବାରୁ ଆଲମିରାରେ ଯାହା ଥିଲା ପୋଛିପାଛି ନେଇଗଲେ। ମୋ ସ୍ୱାମୀଙ୍କୁ ବାନ୍ଧି ଦେଇଥିଲେ।”

Related story