କେନ୍ଦୁଝର: ଦୁଇ ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲାରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ଝୁମ୍ପୁରା ସୁଜୁକେଳା ନିକଟରେ ଏକ ସ୍କର୍ପିଓ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଘଟଗାଁ ଥାନା କୋଳିପୋଷି ନିକଟରେ ଜଣେ ବୃଦ୍ଧ ଚାଲିଚାଲି ଯାଉଥିବା ବେଳେ ଗୋଟିଏ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।

accident

Rakesh Mallick
  • Published: Saturday, 19 November 2016
  • , Updated: 20 November 2016, 03:31 PM IST

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲାରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ଝୁମ୍ପୁରା ସୁଜୁକେଳା ନିକଟରେ ଏକ ସ୍କର୍ପିଓ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେହିପରି ଘଟଗାଁ ଥାନା କୋଳିପୋଷି ନିକଟରେ ଜଣେ ବୃଦ୍ଧ ଚାଲିଚାଲି ଯାଉଥିବା ବେଳେ ଗୋଟିଏ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।

Related story