ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ: ବର୍ଷକର ଶିଶୁକୁ ଚେଙ୍କ!

ଭୁବନେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ଆଦିବାସୀ। ସଚେତନତା ସତ୍ତ୍ୱେ ପୁଣି ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ଦୁଇ ମାସରେ କେନ୍ଦୁଝର ଜିଲ୍ଲାରେ ୧୬ ଜଣ ପିଲା ଚେଙ୍କ ନେଇଥିବା ଅଭିଯୋଗ ହୋଇଛି। ବଡ଼ବିଲ ଥାନା ମାଟକାମଡ଼ା ଗାଁ ଉତ୍ତମସିଂ ହଟିଂରେ ଜଣେ ବର୍ଷକର ଶିଶୁକନ୍ୟାର ପେଟ ଯନ୍ତ୍ରଣା କରୁଥିଲା। ଗାଁ ଲୋକଙ୍କ କଥାରେ ପଡି ଗତ ଶୁକ୍ରବାର ପରିବାର ଲୋକେ ଶିଶୁକୁ ଚେଙ୍କ ଦେଇଥିଲେ। ମାତ୍ର ସ୍ୱାସ୍ଥ୍ୟର ଉନ୍ନତି ହୋଇନଥିଲା। […]

kendukhar

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 04:37 PM IST

ଭୁବନେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ଆଦିବାସୀ। ସଚେତନତା ସତ୍ତ୍ୱେ ପୁଣି ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ଦୁଇ ମାସରେ କେନ୍ଦୁଝର ଜିଲ୍ଲାରେ ୧୬ ଜଣ ପିଲା ଚେଙ୍କ ନେଇଥିବା ଅଭିଯୋଗ ହୋଇଛି।

ବଡ଼ବିଲ ଥାନା ମାଟକାମଡ଼ା ଗାଁ ଉତ୍ତମସିଂ ହଟିଂରେ ଜଣେ ବର୍ଷକର ଶିଶୁକନ୍ୟାର ପେଟ ଯନ୍ତ୍ରଣା କରୁଥିଲା। ଗାଁ ଲୋକଙ୍କ କଥାରେ ପଡି ଗତ ଶୁକ୍ରବାର ପରିବାର ଲୋକେ ଶିଶୁକୁ ଚେଙ୍କ ଦେଇଥିଲେ। ମାତ୍ର ସ୍ୱାସ୍ଥ୍ୟର ଉନ୍ନତି ହୋଇନଥିଲା। ପରିବାର ଲୋକେ ଶିଶୁକୁ ବଡ଼ବିଲ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Related story