ଗୁଣି ସନ୍ଦେହରେ ପିଟି ପିଟି ମାରିଦେଲେ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ। ଗୁଣି ସନ୍ଦେହ ଗଡ଼ୁଛି ମୁଣ୍ଡ। ବାରମ୍ୱାର ସଚେତନତା ସତ୍ତ୍ୱେ ମଣିଷଙ୍କର ସଦ୍‌ବୁଦ୍ଧି ଉଦୟ ହେଉନାହିଁ। ଆଜି ଗୁଣି ସନ୍ଦେହ ପୁଣି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଗଡ଼ିଛି। ଏପରି ନୃଶଂସ ଘଟଣା କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଝୁମ୍ପୁରା ଥାନା କଙ୍କଡ଼ାଯୋଡି […]

gg

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 10:15 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ। ଗୁଣି ସନ୍ଦେହ ଗଡ଼ୁଛି ମୁଣ୍ଡ। ବାରମ୍ୱାର ସଚେତନତା ସତ୍ତ୍ୱେ ମଣିଷଙ୍କର ସଦ୍‌ବୁଦ୍ଧି ଉଦୟ ହେଉନାହିଁ। ଆଜି ଗୁଣି ସନ୍ଦେହ ପୁଣି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଗଡ଼ିଛି। ଏପରି ନୃଶଂସ ଘଟଣା କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଝୁମ୍ପୁରା ଥାନା କଙ୍କଡ଼ାଯୋଡି ଘାଟି ମୁଣ୍ଡା ସାହିରେ ଗତ କିଛି ଦିନ ଧରି ପିଲାମାନେ ଅସୁସ୍ଥ ହୋଇ ପଡ଼ୁଥିଲେ। ସୁଖଲାଲ୍ ମୁଣ୍ଡା ଗୁଣି କରୁଥିବାରୁ ପିଲାମାନଙ୍କ ମୃତ୍ୟୁ ହେଉଥିବା କେତେକ ଗାଁ ଲୋକ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କୌଣସି କାରଣରୁ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଏହା ପରେ ଗାଁର କେତେ ଜଣ ବ୍ୟକ୍ତି ମିଳିତ ଭାବେ ସୁଖଲାଲଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ସୁଖଲାଲଙ୍କ ପତ୍ନୀ ଚାବିରିଙ୍କ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story